ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୦ ବର୍ଷରେ ଉତ୍କଳ କଳା ସଂସଦ DNK ର ଦୁର୍ଗାପୂଜା: ଆଡ଼ମ୍ବରରେ ସମ୍ପନ୍ନ ହେଲା ଶୁଭଖୁଣ୍ଟି ସ୍ଥାପନ

୭୦ ବର୍ଷରେ ଉତ୍କଳ କଳା ସଂସଦ DNK ର ଦୁର୍ଗାପୂଜା: ଆଡ଼ମ୍ବରରେ ସମ୍ପନ୍ନ ହେଲା ଶୁଭଖୁଣ୍ଟି ସ୍ଥାପନ 

ଉମରକୋଟ:(୭|୯)(ରବି ନାରାୟଣ ମହାନ୍ତି)ଉମରକୋଟ ଡିଏନକେ ପଡିଆ ଠାରେ ଉତ୍କଳ କଳା ସଂସଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ଐତିହାସିକ ଦୁର୍ଗାପୂଜା ଚଳିତ ବର୍ଷ ୭୦ ବର୍ଷରେ ପାଦ ଥାପିଛି। ଏହି ବାର୍ଷିକ ଜୁବିଲି ଅବସରରେ ମା’ ଦୁର୍ଗାଙ୍କର ଆଗମନ ପାଇଁ ପୂଜାମଣ୍ଡପର ଶୁଭଖୁଣ୍ଟି ସ୍ଥାପନ ମହାସମାରୋହରେ ଓ ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ସଂସଦର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁଙ୍କ ଗହଣରେ ନିଷ୍ଠାର ସହ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ ଓ ହୋମଯଜ୍ଞ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ୭୦ତମ ବର୍ଷପୂର୍ତ୍ତି ଅବସରରେ ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ ଓ ଜାକଜମକରେ ପାଳନ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ କଳା ସଂସଦର ସଭାପତି ବିପିନ କୁମାର ମାଝି, ଦୁର୍ଗାପୂଜା କମିଟି ର ସଭାପତି ନକୁଳ ଚାନ୍ଦ, ସମ୍ପାଦକ ସୁଧାଂଶୁ ବିଶ୍ଵାଳ କୋଷାଧ୍ୟକ୍ଷ ପ୍ରଦିପ କୁମାର ନାୟକ , କୁନା ସାହୁ, ଅଭିଷେକ ବଳ, ମୋକୁ ଭାଇ ଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଉତ୍କଳ କଳା ସଂସଦ ର ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି, ଆକର୍ଷଣୀୟ ତୋରଣ, ଆଲୋକମାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିସର୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଶେଷ ଭାବେ ବିମୋହିତ କରିବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିକାଶଠୁ ବହୁତ ଦୂରରେ ମଢେଇକଚା ପଞ୍ଚାୟତ/ଜିଲ୍ଲାପାଳଙ୍କ ପ୍ରତିଶୁତି କାର୍ଯ୍ୟକାରୀ କେବେ?

masiha

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

Leave a Comment

error: Content is protected !!