ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ଙ୍କୁ ମିଳୁନି ସମ୍ମାନ, କୋଷାଗୁମୁଡ଼ା ବିଡ଼ିଓ ଙ୍କ ପ୍ରକୋଷ୍ଠ ଅଳିଆଗଦା ରେ ସହିଦ୍ ଙ୍କ ଫଟୋ ର ଅସମ୍ମାନ

ନବରଙ୍ଗପୁର,୧୮/୮/(ମସିହା) ୩ଦିନ ପୂର୍ବରୁ ଦେଶ ୭୭ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ କରିଛି |ଗାଁ ଠୁ ସହର ସବୁଠି ଭାରତ ମାତା କି ଜୟ, ବନ୍ଦେ ମାତାରମ୍ ଧ୍ଵନି ରେ ଗଗନ ପବନ ପ୍ରକମ୍ପିତ ହେଉଥିଲା |ଦେଶପାଇଁ ଜୀବନ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ତଥା ଯବାନ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା |ଭୁବନେଶ୍ଵର ଠାରେ ଓଡ଼ିଶା ଭାସ୍କର ଦୈନିକ ଖବର କାଗଜ ତରଫରୁ ସହିଦ୍ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥିଲା |ଯାହାର ନାମ “ମା ତୁଝେ ସଲାମ “ରଖାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଦେଶ ଓ ଜାତି ପାଇଁ ସହିଦ୍ ହୋଇଥିବା ସମସ୍ତ ସହିଦ୍ ଯବାନ ମାନଙ୍କ ଯଶ ଗୁଣଗାନ କରିବା ସହିତ ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଅଟେ ଓ ସେମାନେ ଜନ ମାନସରେ ଚିର ସ୍ମରଣୀୟ ଓ ବନ୍ଦିନୀୟ ହୋଇ ରହିବେ ବୋଲି ନିଜ ନିଜ ଅଭିଭାଷଣରେ ବଖାଣି ଥିଲେ |ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ୍ ଙ୍କ ପରିବାର ସଦସ୍ୟ ମାନଙ୍କୁ ଓଡ଼ିଶା ଭାସ୍କର ମା ତୁଝେ ସଲାମ ମଞ୍ଚରେ ନିମନ୍ତ୍ରଣ କରିଥିଲା ଓ ସହିଦ୍ ଙ୍କ ପରିବାର ସଦସ୍ୟଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସହିଦ୍ ମାନଙ୍କ ପୁଅ ଝିଅ ମାନଙ୍କ ପାଠପଢା ଖର୍ଚ୍ଚ ଓଡିଶା ଭାସ୍କର ବହନ କରିବ ବୋଲି ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲା |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ସହିଦ୍ ବୀର ପ୍ରଶାନ୍ତ କୁମାର ପାତ୍ର ଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ପରିବାରକୁ ମଧ୍ୟ ଓଡିଶା ଭାସ୍କର ତରଫରୁ ସମ୍ମାନିତ କରାଯାଇଥିଲା |ସହିଦ୍ ପ୍ରଶାନ୍ତ ନବରଙ୍ଗପୁର ପୋଲିସ ବିଭାଗରେ କନେଷ୍ଟବଳ ଭାବରେ ୨୦୧୮ମସିହାରେ ନିଯୁକ୍ତି ପାଇଥିଲେ। ସ୍ବର୍ଗତ ଉମରକୋଟ ବିଧାୟକ ଧର୍ମୁ ଗଣ୍ଡ ଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟରତ ଥିଲେ |୨୦୧୧ମସିହା ସେପ୍ଟେମ୍ବର ୨୪ତାରିଖ ଦିନ ରାଇଘର ସ୍ଥିତ ଗୋନା ଠାରେ ସ୍ବର୍ଗତ ବିଧାୟକ ଗଣ୍ଡ ଙ୍କ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ,ତାଙ୍କ ଜୀବନ ରକ୍ଷା କରିବାକୁ ଯାଇ ସେ ଶତ୍ରୁ ଗୁଳିରେ ସହିଦ୍ ହୋଇଯାଇଥିଲେ |ହେଲେ ଦୁଃଖର ବିଷୟ ଅଗଷ୍ଟ ୧୫ତାରିଖ ଦିନ ତାଙ୍କର ବଳିଦାନ କୁ ଅଭୁଲା କୀର୍ତ୍ତି କହି ଢେର୍ ପ୍ରଶଂସା କରାଯାଇଥିବା ବେଳେ, ଠିକ୍ ୨ ଦିନ ପରେ ଅଗଷ୍ଟ ୧୭ ତାରିଖ ଦିନ କୋଷାଗୁମୁଡା ବ୍ଲକ୍ କାର୍ଯ୍ୟାଳୟ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ପ୍ରକୋଷ୍ଠ ସାମ୍ନାରେ ଥିବା ଡଷ୍ଟବିନ୍ ରୁ ସହିଦ୍ ଙ୍କ ଫୋଟୋ ଚିତ୍ର ଉଦ୍ଧାର କରାଯାଇଛି |ଏଇଠୁ ଜିଲ୍ଲା ବାସି ଜାଣି ପାରୁ ଥିବେ କି, ଆମ ଜିଲ୍ଲା ନବରଙ୍ଗପୁର ରେ ସହିଦ୍ ମାନଙ୍କୁ କିଭଳି ଓ କେତେ ସମ୍ମାନ ଦିଆଯାଉଛି |ଡଷ୍ଟବିନ୍ ରୁ ଫଟୋ ଉଦ୍ଧାର ହେବା ପରେ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳୁଛି | ପ୍ରଶାସକ ମାନେ କାର୍ଯ୍ୟାଳୟ ସମ୍ମୁଖରେ ସହିଦ୍ ମାନଙ୍କ ଫଟୋ ଚିତ୍ର କୁ ଏଭଳି ବ୍ୟବହାର କରିବେ,ହେଲେ ନିରୀହ ଅପାଠୁଆ ଆଦିବାସୀ ଅଧ୍ୟୁଷିତ ବ୍ଲକ ବାସୀ ଏହାଠୁ କଣ ଶିକ୍ଷା ପାଇବେ। ତୁରନ୍ତ ଉଚ୍ଚ ଅଧିକାରୀ ଏ କ୍ଷେତ୍ର ରେ ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ମହଲ ରୁ ସ୍ଵର ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

Sunil Chandra Nayak

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

୧୧୮ତମ ସାମୁହିକ ଜନ୍ମଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!