ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲରେ ବାଡ଼ ନ ଥିବାରୁ ଅନେକ ଦୁର୍ଘଟଣା , ଦୁଇ ମାସରେ ତିନି ଦୁର୍ଘଟଣା ଜଣେ ମୃତ , ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ହଁ କହି ଚୁପ 

ଗୋଳାମୁଣ୍ଡା ତା ୧୯/୭/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଠୁଁ ସିନାପାଲି ଯାଉଥିବା ରାସ୍ତାର ସିନାପାଲି ଗାଁମୁଣ୍ଡରେ ଥିବା ଏକ ପୋଲର ଉଭୟ ପାର୍ଶ୍ଵର ବାଡ ନ ଥିବାରୁ ଅନେକ ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଗ୍ରାମ୍ୟ ନିର୍ମାଣ ବିଭାଗ ଧର୍ମଗଡ଼ ଜରିଆରେ ଏହି ପ୍ରଧାନମନ୍ତ୍ରୀ ସଡକ ରାସ୍ତାକାମ ହୋଇଥିଲା । ଏହି ରାସ୍ତାର ସିନାପାଲି ଗାଁମୁଣ୍ଡରେ ଥିବା ପୋଲର ବାଡ଼ ବହୁ ଦିନରୁ ନ ଥିବା ଗାଁ ଲୋକଙ୍କ ପକ୍ଷରୁ କୁହାଯାଇଛି । ଏହି ପୋଲ ପାଖରେ ଦଶ ବର୍ଷ ଭିତରେ ୩୦ ରୁ ୪୦ଟି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଦେଢ଼ ମାସ ଭିତରେ ଏହି ପୋଲ ନିକଟରେ ତିନିଟି ଦୁର୍ଘଟଣା ଘଟିଥିବା ବେଳେ ଜଣକ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛି କେଗାଁ ସଞ୍ଜୁ ପୁଟେଲ (୩୫) । ଦୁର୍ଘଟଣାର ପରବର୍ତ୍ତୀ କିଛି ଦିନ ଗଲାପରେ ଗୋଟିଏ ଟ୍ରକ ଓଲଟି ପଡିଥିଲା ପୁଣି ତିନି ଦିନ ତଳେ କେଗାଁ ଥାନା ଗୃହରକ୍ଷୀ ବାନାରାମ ବନ୍ଦୀଛୋଡ ରାତ୍ରିରେ ଡିଉଟି କରୁଥିବା ବେଳେ ଏହି ପୋଲରୁ ଦଶ ଫୁଟ ଗଭୀରତା ଗାଢରେ ପଡିଯାଇଥିଲେ । ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ବେଳେ ଚିକିତ୍ସାଲୟରେ ଚିକିତ୍ସା ହେଉଛନ୍ତି । ଏହି ପୋଲ ଦ୍ୱାରା ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ପୋଲର ଉଭୟ ପାର୍ଶ୍ୱର ବାଡ଼ କରିଦେବା ନେଇ ଅନେକ ଥର ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ରାଜିନ୍ଦ୍ର ମାଝୀଙ୍କୁ ଫୋନ ଯୋଗେ ଜଣାଇଲେ ସୁଦ୍ଧା ଆଜି କାଲି କହି ଭୁଲାଇ ଦେଉଛନ୍ତି । ଏ ଉପରେ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦୃଷ୍ଟି ଆକର୍ଷଣ କରି ଉଭୟ ପଟର ବାଡ଼ ନିର୍ମାଣ କରିବାକୁ ସିନାପାଲି ଗ୍ରାମରୁ ଲମ୍ବୋଦର ସାହୁ,ଅଜାମ୍ବିଳ ପୁଟେଲ,ରଘୁମଣି ଛାତ୍ରୀଆ,ଏପରି ଅନେକ ଲୋକଙ୍କ ଦାବି ହେଉଛି ।

ଗୋଲାମୁଣ୍ଡା ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମାଟ୍ରିକ ପରୀକ୍ଷା ଫଳାଫଳରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡ଼ାର ସଫଳତା 

masiha

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରଦ୍ଧା ରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର

masiha

Leave a Comment

error: Content is protected !!