ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

ଥୁଆମୂଳ ରାମପୁର:୧୯/୦୭ – (ମନିସ):- ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ୨୦ ରୁ ଅଧିକ ଲୋକ ସାମାନ୍ଯ ଆହତ ହୋଇଥିବା ଜଣାପଡିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ୟାଳୟ ଠାରେ ଥିବା ପଞ୍ଚାୟତକୁ ଆଜି ଯଥା ତା ୧୯/୦୭/୨୦୨୩ ରିଖ ବୁଧବାର ସାପ୍ତାହିକ ବଜାର ତେଣୁ ଲୋକଙ୍କର ମଧ୍ୟ ରାସ୍ତାରେ ଯାତାୟତ କରୁଥିବା ସମୟରେ ପଞ୍ଚାୟତ କାର୍ଯ୍ଯଳୟରେ ହିତାଧିକାରୀ ମାନେ ନିଜ ନିଜ ଭର୍ତ୍ତା ପାଇବା ପାଇଁ ଉପସ୍ଥିତ ରହିଥିବା ବେଳେ ହଠାତ୍ ମହୁମାଛି ମାନେ ଆକ୍ରମଣ କରିଥିଲେ। ଏଥିରେ ହିତାଧିକାରୀ ସମେତ୍ ଅନ୍ଯାନ୍ଯ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଛନ୍ତି ରାଜୀବ ନାଏକ (୧୭) ଓ ସୁରେନ୍ଦ୍ର ଦଳପତି ସେଥିରୁ ରାଜୀବ ନାଏକ ଅଧିକ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ଅନ୍ଯାନ୍ଯ ମାନଙ୍କ ମଧ୍ଯରେ ଦମୟନ୍ତୀ ନାଏକ (୩୦) ଲଟାଙ୍ଗ ଦେଇ ମାଝୀ (୬୦) ରୁକଣା ମାଝୀ (୬୦) ଉଆଁସୁ ମାଝୀ (୬୦) ଅକ୍ରୃର ପାତ୍ର (୭୧) ତାପସ ନାଏକ (୨୩) କାହ୍ନୁ ମାଝୀ (୫୦) ସୁରେନ୍ଦ୍ର ଦଳପତି (୪୦) ହିରାପାତ୍ର (୪୦) ଦୁରମଣୀ ମାଝୀ (୬୦) ଚମ୍ପକ ପାତ୍ର (୬୫) ପ୍ରେମଶୀଳା (୬୫) ଶୁଶୀଳା ମହାଲିକ (୫୦) ହିମାଦ୍ରୀ ଦୁର୍ଗା (୬୨)-ବିଶ୍ବମ୍ବର ନାଏକ, ଶରତ ପାତ୍ର (୭୨)କୌଶଲ୍ୟା ନାଏକ (୬୦) ପୂର୍ଣ୍ଣଚନ୍ଦ୍ର ବାଗ (୬୨) ପ୍ରମୋଦ କୁମାର ବେଣୁପାଣି (୧୭) ଆହ୍ଲାଦିନୀ ଦଳପତି (୪୫)ଯଯୋଦା ନାଏକ (୪୫) ଶୁକ୍ରୃ ମାଝୀ (୭୦) ଚିକିତ୍ସା ପରେ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

masiha

ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ

masiha

ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ,ଯୋଗଦେଲେ ୫ ଶହ କ୍ୟାଡେଟ

masiha

Leave a Comment

error: Content is protected !!