ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଖଇରା, ୧୯/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ସଭା ଗୃହ ପରିସରରେ ପତିରାଜପୁର ଶ୍ରୀଜଗନ୍ନାଥ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନିର୍ମଳ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଳା କମିଟି ସଭାପତି ପିତାମ୍ବର ପଟ୍ଟନାୟକ, ସମ୍ପାଦକ ଭରତ ଚନ୍ଦ୍ର ରାଉତ ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ପତ୍ରୀ, ଦେବେନ୍ଦ୍ର କୁମାର ରାଉତ ମଞ୍ଚାସୀନ ହୋଇ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ଆସନ୍ତା ୨୪/୩/୨୫ ଏବଂ ୨୫/୩/୨୫ ରିଖ ୨ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର, ଆଧ୍ୟାତ୍ମିକ ପ୍ରବଚନ, ଗୀତା ଯଜ୍ଞ ଓ ଶ୍ରୀଜଗନ୍ନାଥଙ୍କ ୧୧ ପ୍ରକାର ବେଶ ପ୍ରଦର୍ଶନ ହେବ । ପ୍ରଥମ ଅଧିବେଶନରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ଓଡିଶା, ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକ ଶାଖାର କର୍ମକର୍ତ୍ତା ମାନେ ପ୍ରବଚନ ଦେବେ । ଦ୍ବିତୀୟ ଅଧିବେଶନରେ ଆଧ୍ୟାତ୍ମିକ ଆଲୋଚନା ହେବ । ଆଲୋଚନା କରିବେ ଶ୍ରୀମନ୍ଦିର ପୁରୀର ଶ୍ରୀଜଗନ୍ନାଥଙ୍କ ବଡ଼ପଣ୍ଡା କୃଷ୍ଣ ଚନ୍ଦ୍ର ପୂଜାପଣ୍ଡା, ଶ୍ରୀମନ୍ଦିର ପୁରୀ ଦଇତାପତି ଗଣେଶ୍ବର ଦାସମହାପାତ୍ର, ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ ପୁରୀର ସହ-ସମ୍ପାଦକ ମୂରଲୀଧର ଦାସ ଓ ଡଃ ହରେକୃଷ୍ଣ ମହତାବ କଲେଜ କୁପାରିର ଅଧ୍ଯାପିକା ଡଃ ଆଭାରାଣୀ ଧଳ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଶିବିରରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟକ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ତା ୨୫/୩/୨୫ ରିଖ ମଙ୍ଗଳବାର ଗୀତ ଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ଶୀ ନୃତ୍ୟ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍କଳ ଅନୁଷ୍ଠିତ ହେବ । ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଗନ୍ନାଥ ପ୍ରେମୀ ମାନେ ଅଂଶ ଗ୍ରହଣ କରିବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲା କମିଟି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୋଧରେ କନଭେନସନ

Sunil Chandra Nayak

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ ରେ…

Sunil Chandra Nayak

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

masiha

Leave a Comment

error: Content is protected !!