ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ସୁଣ୍ଢିରା ଦୋଳ ମହୋତ୍ସବ

ଉଦଯାପିତ ହେଲା ସୁଣ୍ଢିରା ଦୋଳ ମହୋତ୍ସବ

ଖଇରା,୧୮/୩/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରାଗଣ୍ଡିବେଡ଼ ପଞ୍ଚାୟତରେ ଦୋଳ ମହୋତ୍ସବ କମିଟି ସୁଣ୍ଢିରା ଦ୍ୱାରା ଆୟୋଜିତ ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଅର୍ଥାତ ଉଦଯାପିତ ମଞ୍ଚରେ ପ୍ରଥମେ କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ପରେ ପରେ ସମସ୍ତ ଠାକୁର ବାଡ଼ିଆ ଭାଇମାନଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । କୃତି ପ୍ରତିଭା ଭାବରେ ୫ ଜଣ କୃତୀ ପ୍ରତିଭାଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ କମିଟିର କାର୍ଯ୍ୟକାରୀ ସଭାପତି ଲଷ୍ମୀକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବ ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ବସନ୍ତ ଖିଲାର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବୁଦ୍ଧିରାମ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ଭାବେ କମିଟିର ସମ୍ପାଦକ ନିତ୍ୟାନନ୍ଦ ରାଉଳ ଯୋଗ ଦେଇଥିଲେ । ନିରଞ୍ଜନ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହରିଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ହାର୍ଟ ବିଟ ଅର୍କେଷ୍ଟ୍ରା ସହିତ ସୁନାମଧନ୍ୟ ଧାରାବାହିକ ଅଭିନେତ୍ରୀ ଅଙ୍କିତା ମିଶ୍ର ଏବଂ ଓଡିଶାର ପ୍ରସିଦ୍ଧ ଗାୟକ ମିଷ୍ଟର ଜେମ୍ସ କୁମାର ଦର୍ଶକ ମାନଙ୍କୁ ଗୀତ, ନାଚ ଓ ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୋଳ ମୋହତ୍ସବ କମିଟିର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ଏବଂ ଏମ. ବି. ଡାଇମଣ୍ଡ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ । ଉକ୍ତ ମହୋତ୍ସବ ଏତେ ଚିତାକର୍ଷକ ଥିଲା ଯେ ଦେଖିବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଆଲୋକମୟ ପଣ୍ଡା ଉପସ୍ଥିତ ରହି ମହୋତ୍ସବକୁ ଉପଭୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

masiha

Leave a Comment

error: Content is protected !!