ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡ଼ାରେ ସ୍ୱାଭିମାନ ଦିବସ ପାଳିତ

ଚିଲିଗୁଡା ( ମ ନି ସ )  ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଦିନକୁ ସ୍ୱାଭିମାନ ଦିବସ ଭାବରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇ ଜେସନ ସଭାଗୃହ ଠାରେ ଚିଲିଗୁଡା ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ। ଶ୍ରୀମତୀ ସବିତା ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡିଶା ଗଠନରେ ମଧୁବାବୁଙ୍କ ବଳିଷ୍ଠ ନେତୃତ୍ୟ ସମ୍ପର୍କରେ ଆଲୋକପାତ କରି ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ବର୍ଣ୍ଣନା କରିଥିଲେ ।ମୁଖ୍ୟ ବକ୍ତା ଭାବରେ ଜୁନାଗଡ଼ ପଞ୍ଚାୟତ ସମିତି ଉପାଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ,ଶିକ୍ଷାବିତ ନରେନ୍ଦ୍ର ନ।ଏକ ,ପ୍ରବୀଣ କୁମାର ପଣ୍ଡା ଯୋଗଦାନ କରି ମଧୁବାବୁଙ୍କ ତ୍ୟାଗ ପୂତ ଓ ଆଦର୍ଶ ମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ କୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ସଂଯୋଜନା କରି ଲକ୍ଷ ଓ ଉଦେଶ୍ୟ ଜ୍ଞାପନ କରିଥିଲେ ।କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସ୍ୱୟଂ ସହାୟକ ସଂଘର ସଭ୍ୟ। ,ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ଯୋଗଦାନ କରି ମଧୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

masiha

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

Sunil Chandra Nayak

Leave a Comment

error: Content is protected !!