ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବଲ୍ୟ ଫାଉଣ୍ଡେସନ ପକ୍ଷରୁ ଅଙ୍ଗନବାଡି କର୍ମିଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋକସରା,୨୭/୪ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁକଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ବ୍ଲକର ୧୬୮ ଅଙ୍ଗନବାଡି କେନ୍ଦ୍ରର କର୍ମିଙ୍କୁ ନେଇ ଖାଦ୍ୟ ଓ ପୋଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୋକସରା ସମନ୍ୱିତ ବିକାଶ ପ୍ରକଳ୍ପର ଅଧିକାରୀ ସରୋଜା ଲତା ଦେଇ ଓ ପ୍ରଶିକ୍ଷକ ଫକୀର ଚନ୍ଦ୍ର ସାହୁ ଓ ନାରାୟଣ ଜେନା ସନ୍ତୁଳିତ ଆହାର, ମାତୃ ଓ ଶିଶୁ ସୁରକ୍ଷା କାର୍ଡର ଗୁରୁତ୍ୱ ଓ ଉପଯୋଗ ଉପରେ ପ୍ରଶିକ୍ଷଣ ଦେଇଛନ୍ତି। କିଶୋରି ବାଳିକାଙ୍କ ଉପରେ ଚାଲିଥିବା ଅଦ୍ଵିକା କାର୍ଯ୍ୟକ୍ରମ ଜରିଆରେ କିଶୋରି ବାଳିକା ମାନେ କେମିତି ଏହି ଯୋଜନାର ଲାଭ ଉଠାଇ ପାରିବେ ସେନେଇ ମଧ୍ୟ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ, ଟୀକାକରଣ ସ୍ୱଚ୍ଛତା କେମିତି ଯତ୍ନ ନିଆଯିବ ସେ ନେଇ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସିଡିପିଓ ସରୋଜା ଲତା ଦେଇ କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ଏହି ସଚେତନତା କାର୍ଯ୍ୟକ୍ରମ ଅଙ୍ଗନବାଡି କର୍ମିଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଳି କହିଥିଲେ। କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷକ ଭାବେ ଆଇସିଡିଏସ ସୁପରଭାଇଜର ସୋନିଆ ହେମ୍ରମ, ପ୍ରିୟାସିନୀ ତାଣ୍ଡି, କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ଜିଲ୍ଲା ପ୍ରତିନିଧି ମହେଶ୍ୱର ମାଝୀ, ସଚଳା ବାରିକ, ଅଭିନବ ପାଣ୍ଡେ, କୌଶଳ କିଶୋର, ଓମପ୍ରକାଶ, ନୀଳମାଧଵ ପରିଡା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

masiha

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

Sunil Chandra Nayak

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!