ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲାରେ ଗଡ଼ିଲା ଲଷ୍ମୀ ବସ୍‌ : ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

କନ୍ଧମାଳ ଜିଲ୍ଲାରେ ଗଡ଼ିଲା ଲଷ୍ମୀ ବସ୍‌ : ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

କନ୍ଧମାଳ,ତା,୧୯/୦୨:(ମନିସ): କନ୍ଧମାଳ ଜିଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ଲଷ୍ମୀ ବସ୍‌ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଗଡ଼ିବ। ଏହି ସେବା ଦ୍ୱାରା ଛାତ୍ରୀଛାତ୍ର ଏବଂ ମହିଳାଙ୍କ ସହ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି। ସାଧାରଣ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ସ୍କୁଲ କିମ୍ବା କଲେଜକୁ ଲକ୍ଷ୍ମୀ ବସ୍‌ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବେ। ଏପରିକି ଏହି ବସ୍‌ ସେବା ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନାଗମନ ସୁଗମ୍ୟ ହୋଇପାରିବ । ସେହିପରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଟଙ୍କାରେ ଯାତ୍ରା କରି ପାରିବେ । ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୭ଟି ବସ୍‌ ଆସିଥିବା ବେଳେ ଆଉ ୨୩ଟି ବସ୍‌ ଆସିବ। ଜିଲାରେ ମୋଟ ୫୦ଟି ଲକ୍ଷ୍ମୀ ବସ୍‌ ୧୭୧ ପଞ୍ଚାୟତରେ ଗଡ଼ିବ। ଏହା ଦ୍ୱାରା ଲକ୍ଷାଧିକ ଲୋକେ ଉପକୃତ ହେବେ । ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍‌ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। କନ୍ଧମାଳ ଷ୍ଟାଡ଼ିୟମଠାରେ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିଲା। ଏଥିରେ ଉପ ବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଏସ୍‌ଡିସି ଅଧ୍ୟକ୍ଷ ରୋଦନ ମଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷା ନନ୍ଦୀନି ମଳିକ ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ୍ 

Related posts

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ବୋଲି ଆଶାରେ ଆଖିରୁ ପାଣି ଶୁଖି ଗଲାଣି

ଜଗନ୍ନାଥ ସେବା ସମିତି ପକ୍ଷରୁ ତରାପୁର ଠାରେ ଆଜି ୭୦ଜଣ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

Sunil Chandra Nayak

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

masiha

Leave a Comment

error: Content is protected !!