ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

ଡାବୁଗାଁ ,୨୦/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୬ଟି ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଆଜି ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଛି | ଏହି ୬ ଟି କେନ୍ଦ୍ର ରେ ପ୍ରଥମ ଦିନରେ ମୋଟ ୧୩୮୯ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୫୧ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ରହିଥିଲେ | ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ମୋଟ ୩୨୩ ଜଣ ପିଲା ପଞ୍ଜୀକୃତ କରିଥିବା ବେଳେ ଏଥିରୁ ୩୦୨ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ପିଲା ଅନୁପସ୍ଥିତ ରହିଛନ୍ତି | ଏଥିରେ ସୁପରିଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରୟ, ଡେପୁଟି ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକ ଓ ସନୋଜ କୁମାର ମହାପାତ୍ର ଏବଂ ୧୭ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଡାବୁଗାଁ ସରକାରୀ (ଏସ୍ଏସ୍ ଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୩୦୧ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୨୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଅଛନ୍ତି | ସୁପରିଟେଣ୍ଡେଣ୍ଟ ଭାବେ ଆରତୀ ବିଶୋୟୀ, ଡେପୁଟି ସୁପରିଟେଣ୍ଡେଣ୍ଟ ମହେଶ୍ଵର ନାଥ ଓ ସୁପ୍ରିୟା ମହାଙ୍କୁଡ ଏବଂ ୨୨ ଜଣ ଇନିଭିଜିଲେଟର ରହିଛନ୍ତି | ବୋରିଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୭୫ ପିଲାଙ୍କ ମଧ୍ୟରୁ ୨୫୪ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ଅଛନ୍ତି | ଏଠାରେ ସୁପରିଟେଣ୍ଡେଣ୍ଟ କେଶବ ଗୌଡ, ଡେପୁଟି ସୁପରିଟେଣ୍ଡେଣ୍ଟ ମଥୁରାନନ୍ଦ ରାଉତ ଓ ୨୧ ଇନିଭିଜିଲେଟର ରହିଛନ୍ତି | ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୧୬୨ ପିଲା ଙ୍କ ମଧ୍ୟରୁ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ଗୌତମ ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ ଅସିତ ପଣ୍ଡା ଓ ୧୩ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୬ ପିଲା ଙ୍କ ମଧ୍ୟରୁ ୧୪୩ ଜଣପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ଡମ୍ବରୁଧର ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ କୃଷ୍ଣଚନ୍ଦ୍ର ପାତ୍ର ଓ ୬ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଜବାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୩୩ ପିଲା ଙ୍କ ମଧ୍ୟରୁ ୨୩୨ ଜଣପରୀକ୍ଷା ଦେଇଥିବା ବେଳେ ୧ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ପ୍ରଫୁଲ୍ଲ ଗିରି, ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଦୀପ ବରାଳ ଓ ୧୫ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Saipriya Nagar to Host Chaitra Parba Celebrations of Maa Majhi Ghoriani

masiha

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!