ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ.

ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ.

ଭବାନିପାଟଣା/ଭବାନୀପାଟଣା ବ୍ଲକ ମାଟିଆ କ୍ଲଷ୍ଟର ର ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 2024-25 ବର୍ଷ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି. ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଲୋକନାଥ ହେରନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଲେକ୍ଜାଣ୍ଡାର ଫିଲିପ ବାର୍ଷିକ ବିବରଣୀ ରେ ଶୈକ୍ଷିକ, ସହ ଶୈକ୍ଷିକ ଓ ଅନ୍ଯ ସମସ୍ତ ଦିଗ ରେ କିପରି ଛାତ୍ର ଛାତ୍ରୀଙ୍କ ବିକାଶ ହୋଇ ପାରିବ ସେ ସମ୍ପର୍କ ରେ କହିଥିଲେ. ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଶୀକେଶ ନାଏକ ମୁଖ୍ଯ ଅତିଥି, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ ମୁଖ୍ଯବକ୍ତା, ଜିଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକା ନୀହାରିକା ଦେବୀ, ସି ଆର ସି ସି ଧନଞ୍ଜୟ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ. ପ୍ରତିଦିନ ଅଭ୍ୟାସ ଓ ଅଧ୍ୟବସାୟ ଦ୍ଵାରା ସଫଳତା ହାସଲ ସମ୍ଭବ ବୋଲି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ.ପୁରସ୍କାର ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୌଦାମିନୀ ସ୍ଵାଇଁ, ଭାରତୀ ବାରିକ, ଦୀପଶିଖା ମିଶ୍ର,ଶିକ୍ଷକ ବାଞ୍ଛାନିଧି ମିଶ୍ର ପ୍ରମୂଖ ପରିଚାଳନା କରିଥିଲେ. 1957 ରେ ପ୍ରତିଷ୍ଟିତ ବିଦ୍ୟାଳୟ ରେ ପ୍ରଥମ ଥର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି. ଏହା ଅଞ୍ଚଳ ଲୋକ ଙ୍କ ପାଇଁ ଖୁସି ଆଣି ଦେଇଥିଲା. 2023 24 ର ନରସିଂହ ହେରନା, 2024-25 ର ଚୁଳମଣି ହେରନା ଙ୍କୁ ବର୍ଷ ର ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ କରାଯାଇଥିଲା.

କଳାହାଣ୍ଡି ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ବିଶାଳ ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

masiha

ଟଳି ଯାଇଛି ବାତ୍ୟା ” ଦାନା ” ହେଲେ ଘର ଉପରୁ ହଟିନି ଗଛ

masiha

Leave a Comment

error: Content is protected !!