ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ନେଇ ଏକ ସଭା 

ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ନେଇ ଏକ ସଭା 

ଭବାନୀପାଟଣା:ତା 21.3.2025 ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୭୭ – ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ୮୦ – ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ୭୮ – ନର୍ଲା ନିର୍ବାଚନ ମଣ୍ଡଳୀର ପଞ୍ଜୀକରଣ ଅଧିକାରୀ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି ଦୟାମୟ ପାଢୀ, ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ପ୍ରିୟରଞ୍ଜନ ସେଠୀ ଓ ସହକର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଶ୍ରୀ ମହାନନ୍ଦ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ଓ ରାଜନୈତିକ ଦଳର ଦାୟିତ୍ଵ ବିଷୟରେ ବୁଝାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଭୋଟର ତାଲିକାକୁ ସ୍ୱଚ୍ଛ ଓ ଆଦର୍ଶ କରିବାରେ ରାଜନୈତିକ ଦଳର ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ । ଉପଜିଲ୍ଲାପାଳ ଭବାନୀପାଟଣା ଓ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଆହ୍ୱାନ ଦେଇଥିଲେ । 

( ମ ନି ସ ) 

Related posts

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

Sunil Chandra Nayak

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

Leave a Comment

error: Content is protected !!