ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ 

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ 

ଶିକ୍ଷକମାନେ ହେଉଛନ୍ତି ବିଶ୍ବକର୍ମା ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ଧର୍ମପଦ .:– ମନ୍ତ୍ରୀ ସାରଦା ପ୍ରସାଦ ନାୟକ

ରାଉରକେଲା/ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଗତ ନଭେମ୍ବର ୧୫ ତାରିଖରୁ ଚାଲିଥିବା ସମନ୍ବିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅଧ୍ୟାପକ ଓ ଅଧ୍ୟାପିକାମାନେ ହେଉଛନ୍ତି ବିଶ୍ବକର୍ମା ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ଧର୍ମପଦ। ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଲେ ଯୁବଶକ୍ତିର ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ସମସ୍ତେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ବିକାଶ ଓ ପ୍ରଗତି ନିଶ୍ଚିତ। ରାଉରକେଲାରେ ଖୁବ୍‌ ଶୀଘ୍ର ୨୫୦ କୋଟି ଟଙ୍କା ବ୍ୟୟରେ ୧୧ମହଲା ବିଶିଷ୍ଟ ଆଇଟି ହବ୍‌ ହେବାକୁ ଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥିଭାବେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷ ପ୍ରଫେସର ଡ ସମର ମୁଦାଲି ଯୋଗଦେଇଥିଲେ। ପ୍ରଫେସର ମୁଦାଲି ତାଙ୍କ ବକ୍ତବ୍ୟରେ ଯୁବ ଗୋଷ୍ଠୀ ହେଉଛନ୍ତି ଅନନ୍ୟ ପ୍ରତିଭାର ଗନ୍ତାଘର ବୋଲି କହିଥିଲେ। ତେଣୁ ଯୁବ ଗୋଷ୍ଠୀକୁ ସଠିକଭାବେ ପରିଚାଳନା କଲେ ଦେଶ ଓ ଜାତିର ଉନ୍ନତି ହେବ ବୋଲି ସେ କହିଥିଲେ। ସମନ୍ବିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ମାୟାଧର ବାରିକ ମହାବିଦ୍ୟାଳୟରେ ଏହି ଯୋଜନା ଅନ୍ତର୍ଗତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମର ଯୁକ୍ତ ଦୁଇ ବିଭାଗ ପାଇଁ ନୋଡାଲ ଅଧିକାରୀ ଅଜୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ନୂଆ ଓଡ଼ିଶା ଅନ୍ତର୍ଗତ ସାଂସ୍କୃତିକ, ଖେଳକୁଦ ଓ ସମାଜ ସେବା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ପରିଚାଳନା କରିବାରେ ସମିର ସୌରଭ ପୃଷ୍ଟି, ପ୍ରଦୀପ ଖେସ୍‌, ସୁରତ ଗିତି, ମନିଶା ନାୟକ, ରାମେଶ୍ବରୀ ଭୋଇ ଓ ମମତା ବାକ୍ସଲା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ୨୦ଦିନ ଧରି ହୋଇଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ବର୍ଗର ପ୍ରତିଯୋଗିତା ଯଥା କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପ ଅନ୍ତର୍ଗତ କାର୍ଯ୍ୟ ଓ ପ୍ରତିଯୋଗିତାରେ ଶହ ଶହ ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ସ୍ନାତକୋତ୍ତର ପ୍ରତିଯୋଗୀ ଭାଗ ନେଇଥିଲେ୤। ଉଦ୍‌ଯାପନୀ ଅବସରରେ ବିଭିନ୍ନ ପ୍ରତିଯୋଗିତାର ୭୦୦ରୁ ଅଧିକ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ନୂଆ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନ ସହିତ ନିଜ ନିଜର ସୃଜନଶୀଳତାର ବିକାଶ ନିମନ୍ତେ ଏକ ଉତ୍ତମ ସୁଯୋଗ ପାଉଛନ୍ତି ବୋଲି କହିଥିଲେ। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେଉଛି ବୋଲି ସେ କହିଥିଲେ। ଅଧ୍ୟାପକ ପ୍ରଦୀପ ଖେସ୍‌ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ସଞ୍ଚାଳନରେ ମମତା ବାକ୍ସଲା, ରାମେଶ୍ବରୀ ଭୋଇ ଓ ଅନୀତା ଜୈନ ପ୍ରମୁଖ ସହଯୋଗ କରିଥିଲେ୤ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ସଂଯୋଜକ ବିଶ୍ବଜିତ ପଲେଇଙ୍କ ସମେତ ଶ୍ରିୟା ସୃତି ନାୟକ, ସଲିତ କୁମାର ପତି ଓ ଯୁକ୍ତ ଦୁଇ ଛାତ୍ରୀ ବିଜୟେନ୍ଦ୍ରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ୤ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସଂଘର ସଭାପତି ବିଭୁତି ପୁହାଣ, ମୋ କଲେଜ ଅଭିଯାନର ସଦସ୍ୟ ଡି ଅଭିକ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବଳରାମ ସାରଙ୍କ ପାଠ ପଢ଼ାଇବା ନିଶା

Sunil Chandra Nayak

Leave a Comment

error: Content is protected !!