ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି
ନବରଙ୍ଗପୁର ( ମ ନି ସ) ରାତି ରାତି ଲୁଚାଛପା ଶ୍ରମିକ ନ ଲଗେଇ ମେସିନ ରେ କରାଯାଉଛି ମନେରଗା କାମ lଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଯୋଡ଼େଙ୍ଗା ପଂଚାୟତର ବୋରଗାଁ କଲୋନୀ ଗ୍ରାମରେ lସୂଚନା ଥାଉ କି ପଂଚାୟତ ତରଫରୁ ବୋରଗାଁ କଲୋନୀ ରେ ରାସ୍ତା ର ଦୁଇପାର୍ଶ୍ୱ ରେ ମାଟିନାଳ ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ମାଟିନାଳ ମେସିନ ସାହାଯ୍ୟ ରେ ଖୋଳା ଯାଇଛି l ରାତି ରେ ଲୁଚାଛପା ମେସିନ ରେ କରାଯାଇଛି ମେସିନ ର ଖୋଳିବାର ଚିହ୍ନ ମଧ୍ୟ ରହିଛି l ଏହି କାମ ପାଖେ କୌଣସି ସୂଚନା ଫଳକ ନାହିଁ, ଏହି କାମ କେଉଁ ବର୍ଷର ଏହାର ଅଟକଳ ମୂଲ୍ୟ କେତେ ? କୌଣସି ତଥ୍ୟ ମଧ୍ୟ ଜଣାପଡୁ ନାହିଁ l ବାରମ୍ବାର ତାଗିଦ ପରେ ମଧ୍ୟ ପଂଚାୟତ ଅଧିକାରୀ ଙ୍କ ନଜରରେ ପଡୁନି lଏହି ବିଷୟ ରେ ଯୋଡ଼େଙ୍ଗା ପଂଚାୟତ ର ଗ୍ରାମ୍ୟ ରୋଜଗାର ସେବକ ଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ୱେ ମଧ୍ୟ ଫୋନ ଉଠେଇ ନ ଥିଲେ l ତେଣୁ ତାଙ୍କ ସହ ଯୋଗାଯୋଗ ହୋଇ ପରିନଥିଲା,ପରେ ଯୋଡ଼େଙ୍ଗା ପଂଚାୟତ ର ପୂର୍ଵତନ ସରପଞ୍ଚ ପ୍ରତିନିଧି ଫୁଲସିଂ ଗଣ୍ଡ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ସେହି ଗ୍ରାମ ର ରଇନୁ ଏହି କାମ କରୁଛି , ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି l ଗୋଟେପଟେ ଲୋକେ କାମ ନ ପାଇ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ରାତାରାତି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି l