ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ 

 ମୟୂରଭଞ୍ଜ- ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ବଡାମତଳିଆ ଲ୍ଯାମ୍ପରେ ସୋମବାର ଦିନ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ସଭାପତି ଚକ୍ରଧର ମାଝୀ ନଡ଼ିଆ ଫଟାଇ ଫିତା କାଟି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଲ୍ଯାମ୍ପର ଏମଡି ତାପସ ରଂଜନ ବାରିକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଖନ୍ତ ସରପଞ୍ଚ କାନ୍ଦ୍ରା ମାହାଲି,ଚଢଏଇପଆହଆଡଇ/ ସରିବା ଗ୍ରାମ ଉନ୍ନୟନ ଅଧିକାରୀ ନିରଞ୍ଜନ ମହାନ୍ତ,ଲୁହାଶିଳାର ଉମା ଧାମେଲ, ଆରେମସି ପ୍ରତିନିଧି ସୌମ୍ୟରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ପରିଡ଼ା,ନିରଜ ସାହୁ, ସୁରେନ୍ଦ୍ର ମୁଣ୍ଡା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ପ୍ରମୁଖ ଯୋଗ ଦେଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସମସ୍ତ କର୍ମଚାରୀ ଗଗନ ବିହାରୀ ସି,ରଜତ ମହାନ୍ତ, ସୁରେନ୍ଦ୍ର ପାତ୍ର, ବିଶିଷ୍ଟ ଚାଷୀ ଅଜିତ ମହାନ୍ତ,ସଂଞ୍ଜୟ ଵେହେରା ଏବଂ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି । ସପ୍ତାହର ସୋମବାର ଏବଂ ବୁଧବାର ଦିନ ଚାଷୀମାନେ ମଣ୍ଡିରେ ଟଓକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରି ପାରିବେ ବୋଲି ଏମଡି ତାପସ ରଂଜନ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ

Sunil Chandra Nayak

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

Leave a Comment

error: Content is protected !!