ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଲାରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

କୋଇଲାରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

ଡାବୁଗାଁ, ୨୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରୀ ପଞ୍ଚାୟତ ସଦରମହକୁମାସ୍ଥିତ କୋଇଲାରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ପାଳନ ହୋଇଯାଇଛି | ଏଥିରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରି ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା | ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲୀଳାବତୀ ମାଝି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା ବାର୍ଷିକ ବିବରଣୀ ପଠନ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚନ୍ଦ୍ରୀ ଭତ୍ରା ଯୋଗ ଦେଇ ପିଲା ମାନେ ମନଦେଇ ପାଠ ପଢିବାକୁ କହିଥିଲେ ଓ ଅବିଭାବକ ମାନଙ୍କୁ ନିଜ ନିଜ ପିଲା ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ | ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପିଲା ମାନଙ୍କୁ ଗପ ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ କରିବା, ସହ ଶୈକ୍ଷିକ କାର୍ଯ୍ୟକ୍ରମ ଗୁଡିକରେ ଅଂଶଗ୍ରହଣ କରିବା, ଭଲ ପାଠ ପଢି ନିଜ ର ନାମ କରିବା ସହ ବିଦ୍ୟାଳୟର ନାମ ରଖିବା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ | ଏଥିରେ ସମ୍ମାନୀତ ଅତିଥି ଭାବେ ଗ୍ରାମର ଭଦ୍ର ବ୍ୟକ୍ତି ମୁନା ମାଝି, ରାମସିଂ ମାଝି, ନିଧି ମାଝି, ପୁଲେଶ୍ଵର କଲାର, ଶିକ୍ଷୟତ୍ରୀ ପୁଷ୍ପଲତା ସାମଲ, ଶର୍ମୀଳା ଜେନା, ସବିତା ଦାଶ, ପରିଚିତା ନାୟକ, ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ଭକଚନ୍ଦ ମାଝି, ଗୋବିନ୍ଦ ଭତ୍ରା, ରାମାକାନ୍ତ ସାହୁ, ପୁରୋହିତ ବାଗ ଙ୍କ ସମେତ ବିଦ୍ୟାଳୟର ଛାତ୍ରୀଛାତ୍ର, ଅବିଭାବକ ମାନେ ଉପସ୍ଥିତ ଥିଲେ | ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଶେଷରେ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏଥିରେ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

masiha

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠା ୧୨ ଓ ୧୩ ନମ୍ବର ୱାର୍ଡ଼ ବାସୀଙ୍କୁ ମିଳିଲା ଶୁଦ୍ଧ ପାନୀୟ ଜଳ

Sunil Chandra Nayak

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!