ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନର୍ଲା ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ନର୍ଲା ସହର ର ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମହା ସମାରୋହ ରେ ଚଳିତ ବର୍ଷ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ କୁମାର୍ ବାଗ୍ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭ୍ୟ ସଭ୍ୟା , ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅବିଭାବକ ଓ ଗ୍ରାମବାସୀ ଙ୍କୁ ନେଇ ସ୍ଥାନୀୟ ବୁଢ଼ାରଜା ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ରେ ନର୍ଲା ସହର ପରିକ୍ରମା କରି ସ୍କୁଲ୍ ପରିସର ର ସଭା ମଣ୍ଡପ ରେ ମଶାଲ ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହର୍ ପାଲ୍ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କ୍ରିଷ୍ଣା ହୋତା, ଶ୍ରୀଯୁକ୍ତ ପର୍ଶୁରାମ ଦାସ୍, ଶ୍ରୀଯୁକ୍ତ ନିର୍ମଳ ବାରିକ୍, ଶ୍ରୀଯୁକ୍ତ ନେପାଳ ସାହୁ R R C C ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସାହୁ , ନୀଳକଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ରହି ମଞ୍ଛାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମି ମୟୀ ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା।

ସଂଜୀବ କୁମାର ବିଶି, ଭୂମିସିଂ ଠାକୁର୍,ସୁଧୀର ନାଏକ ଙ୍କ ସହଯୋଗ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ ପାଇଁ ବିଭିନ୍ନ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ଟ୍ରଫି, ମେଡାଲ୍ (ଗୋଲ୍ଡ, ବ୍ରୋଞ୍)ପଦକ ପ୍ରଦାନ କରାଯାଇ ଥିଲା।

କୁମାରୀ ଝରଣା ପ୍ରଧାନୀ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଥିଲା। ପୁରାତନ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ପ୍ରଶଂସା ପତ୍ର ସହିତ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ର ସହ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର୍ ସାହୁ ବିଦ୍ୟାଳୟ ର ଇତିହାସ ଟିପ୍ପଣୀ ପଢ଼ି ଶୁଣାଇ ଥିଲେ ଏବଂ ସଭା ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ କୁମାର୍ ବାଗ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ୭ ଦିନ ବ୍ୟାପୀ ଜାତୀୟ ସେବା ଯୋଜନା ର ସ୍ଵତନ୍ତ୍ର ଶୀତକାଳୀନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!