ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ଓ ଝଡ ଯୋଗୁଁ ଫୁଣ୍ଡା ହନୁମାନ ମନ୍ଦିର ଉପରେ ଗଛ ଭାଙ୍ଗି ନଷ୍ଟ

ଗୋଳାମୁଣ୍ଡା/୨୨/୪/ମସିହା/ଗତକାଲି ରାତିରେ ଅଦିନିଆ ବର୍ଷା ଓ ଝଡ ହୋଇଥିବାରୁ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟି ଥିବା ବେଳେ ହନୁମାନ ମନ୍ଦିର ଉପରେ ଗଛ ପଡି ଯିବାରୁ ମନ୍ଦିର ଭାଙ୍ଗି ଯାଇଛି ଓ ଯାତାୟାତ ବାଧାପ୍ରାପ୍ତ ଘଟିଥିଲା, ପ୍ରାପ୍ତ ସୂଚନାରୁ ଏହି ଯେ, ଗତଗୁରୁବାର ରାତିରେ ବର୍ଷା ଓ ଝଡ ତୋଫାନ ଯୋଗୁଁ ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡା ଗ୍ରାମ ପଞ୍ଚାୟତ ନିକଟରେ ଥିବା ପୁର୍ତ୍ତୃ ବିଭାଗ ରାସ୍ତା କଡରେ ଥିବା  ହନୁମାନ ମନ୍ଦିର ନିକଟରେ ବିରାଟ ବଟ ବୃକ୍ଷ ଭାଙ୍ଗି ମନ୍ଦିର ଉପରେ ପଡି ଯିବାରୁ ମନ୍ଦିର କିଛି ଅଂଶ ଭାଙ୍ଗି ଯିବା ପରେ ବୃନ୍ଦବାହଲ ବନ୍ଦାଗାଁ ରାସ୍ତା ଅବରୋଧ ହୋଇଥିଲା, ଏହି ଖବର ଗୋଳାମୁଣ୍ଡା ଅଗ୍ନିଶମ ବିଭାଗ ପାଇ ତୁରନ୍ତ ଆସି ଡାହି କାଟିବାରୁ ଯାତାୟାତ ସ୍ୱାଭାବିକ ହୋଇଥିଲା, ଓ ଅଗ୍ନିଶମ ବିଭାଗ ଙ୍କୁ ଫୁଣ୍ଡା ଗ୍ରାମ ବାସୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ସହିତ ସଭା ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡିରେ ଜିଲ୍ଲା ଜନଗଣନା ହସ୍ତପୁସ୍ତିକା (ଡିସିଏଚବି) ପ୍ରଶିକ୍ଷଣ ଅନୁଷ୍ଠିତ

ରାଇରଙ୍ଗପୁର‌ ବ୍ଳକ ସମ୍ମୁଖରେ ମିଶନ ଶକ୍ତି ର କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ‌ ଦାଵି ନେଇ ଧାରଣା

Sunil Chandra Nayak

Leave a Comment

error: Content is protected !!