ରାୟଗଡା :- ଆଜି ଉଗ୍ରତାରା କଲେଜ ରେ ମହା ବିଦ୍ୟାଳୟ ସ୍ତରିୟ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି କଲେଜ ର ପ୍ରିନସପାଲ ଶ୍ରୀଯୁକ୍ତ ପ୍ରଭାକର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ଅତିଥି ଭାବେ ଜେମାଦେଇ ପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁନୀଲ ମହାପାତ୍ର ଓ PHEO ଶ୍ରୀମତୀ ସଂଯୁକ୍ତା ବେହେରା ମୂଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଶା ସେବନ ର ଅପକରିତା ଓ କୁପ୍ରଭାବ ତଥା ଶରୀର ରେ ହେଉଥିବା ମୂଖ୍ୟ ରୋଗ କ୍ୟାନ୍ସର ବିଷୟରେ ସଚେତନତା କରାଇଥିଲେ। ଡକ୍ଟର ସୁନୀଲ ମହାପାତ୍ର ତାଙ୍କର ବକ୍ତବ୍ୟ ରେ ନିଶା ସେବନ ଦ୍ଵାରା ସମାଜରେ ହେଉଥିବା କୁ ପରିଣାମ ଓ ପରିବାର ରେ ହେଉଥିବା ଅବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।