ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନାଫଳକରେ ଚାଲିଛି ହଳଦିକୁଣ୍ଡି ମହାପାଟ ଠାକୁରରାଣୀଙ୍କ ପୀଠରେ ପାଚେରୀ କାମ

କାମାକ୍ଷାନଗର (ମନିସ )୨୨/୦୨/୨୩ // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ। ଏଠି ଯାହାକି ଅନୁମାନ କରାଯାଉଛି କି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସଲା ସୁତୁରା। ଏ ନେଇ ଆମେ ଯୋଗା ଯୋଗ କରିଥିଲୁ ବିଭାଗୀୟ ଯନ୍ତ୍ରୀ ନରହରି ବେହେରା ଓ ତିନି ନମ୍ବର ଜୋନର ଜିଲ୍ଲାପରିଷଦ ରବିନାରାଣ ପ୍ରଧାନଙ୍କୁ। ବିଭାଗୀୟ ଯନ୍ତ୍ରୀ କହିଥିଲେ କି କାମ ସରିଲା ପରେ ସୂଚନା ଫଳକ ଲାଗିବ, ସେ ବିଷୟରେ ବିଶେଷ କିଛି ଜଣା ନାହିଁ। ଜିଲ୍ଲା ପରିଷଦ ମଧ୍ୟ କହିଥିଲେ କାମ ତ ସରି ନାହିଁ କାମ ସରିବା ପରେ ସୂଚନା ଫଳକ ଲାଗିବ। ଯଦି ଏଭଳି ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ ତାହାଲେ ବିଭାଗୀୟ ଯନ୍ତ୍ରୀ କରୁଥିଲେ କଣ। ପିସି ପାଇ ଅଫିସରେ ବସିଛନ୍ତି ନା, ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସଲାସୁତୁରା ହୋଇ ବିନା ସୂଚନା ଫଳକରେ କାମ ଚଳାଇଛନ୍ତି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ ଜିଲ୍ଲା ପରିଷଦ ପାଣ୍ଠିରୁ ଆସିଥିବା 4,83,000/- ଟଙ୍କାକୁ ଲଗା ଯାଇଛି ମହାପାଟ ଠାକୁରାଣୀଙ୍କ ପାଚେରୀ କାମରେ। କିନ୍ତୁ ସଫା ସଫା ମନା କରୁଛନ୍ତି କି ଜିଲ୍ଲା ପରିଷଦ କେତେ ଟଙ୍କା ଆସିଛି ମୁଁ ଜାଣିନାହିଁ। ଯଦି ନିଜ ପାଣ୍ଠିରୁ ଆସିଥିବା ଟଙ୍କା ର ହିସାବ ନିଜେ ଜିଲ୍ଲା ପରିଷଦ ଜାଣି ପାରୁ ନାହାଁନ୍ତି ତାହାଲେ ଜନ ସାଧାରଣ ଜାଣିବେ କଣ। ଏଠି ବିନା ସୂଚନାଫଳକରେ କାମ କରିବା ନା ରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଉଛି ନା, ଜନ ସାଧାରଣଙ୍କୁ ଦୃଷ୍ଟି ଗୋଚର ନ କରି ନିମ୍ନମାନର ଇଟା ଓ ନିମ୍ନମାନର ବାଲି ସିମେଣ୍ଟ ଲଗାଇ କାର୍ଯ୍ୟ କରି ପଛରେ ସୂଚନା ଫଳକ ଲଗାଇ ଟଙ୍କା ହଡ଼ପ କରାଯାଉଛି। ପରିଶେଷରେ ବିନା ସୂଚନା ଫଳକରେ କାମ କରୁଥିବା ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତି ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପାଳଗଦା ପୋଡି ନଷ୍ଟ

ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ମୁମ୍ୱାଇରେ ସ୍ବାଧିନତା ଦିବସ ପାଳିତ 

Sunil Chandra Nayak

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

Leave a Comment

error: Content is protected !!