ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କର୍ମଚାରୀ ନେତା ସାଥୀ ଅରୁଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା/ ଆମ୍ବାଗାନନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ରାଉରକେଲା ବ୍ୟାଙ୍କ କର୍ମଚାରୀ ସମନ୍ବୟ ସମିତି ର ସଭାପତି ସାଥୀ ଅରୁଣ ଦାସଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ସାଥୀ ଦାସ ୨୬.୦୨.୨୩ ରେ ବାଙ୍ଗାଲୋର ରେ ଚିକିତ୍ସାଧିନ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେ ସମନ୍ବୟ ସମିତି ର ସଭାପତି, ୟୁବିଆଇଇଏ ର ପୂର୍ବତନ ସଭାପତି ତଥା ନିଖିଳ ଓଡିଶା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ସଂଘର ସମ୍ମାନିତ ସଦସ୍ୟ ଥିଲେ। ସାଥୀ ପଶୁପତି ନାଥ ଚାଟାର୍ଜୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ପ୍ରଥମେ ସାଥୀ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧା ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସାଥୀ ଜେ ପି ସିଂ, ସାଥୀ ଶୁଭକାନ୍ତ ବୋଇତି, ସାଥୀ ସଙ୍ଗୀତା ମହାନ୍ତି, ସାଥୀ ଚନ୍ଦ୍ରମଣି ମାଝୀ, ସାଥୀ ମହମ୍ମଦ ୟୁନୁସ, ସାଥୀ ସିଦ୍ଧାର୍ଥ କାନୁନଗୋ, ସାଥୀ ରାହୁଲ ବରୁଆ, ସାଥୀ ଅବିନାଶ କୁମାର ପ୍ରମୁଖ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାପତି ଶ୍ରୀ ଚାଟାର୍ଜୀ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ୟୁବିଆଇଇଏ ଅନ୍ୟତମ ପୂର୍ବତନ ସଭାପତି ସାଥୀ ଦେବ ନାୟକ ଙ୍କ ପ୍ରେରିତ ଶ୍ରଦ୍ଧା ବାର୍ତ୍ତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଦାସ, ସଜନ ପତି, ପରେଶ ବିଶ୍ଵାଳ, ଶିବ ବଡାଇକ, ବିକ୍ତା ଧୋବିଗାରୁଡ଼ି, ଶୁକ୍ରୁ ସୋରେନ, ସୁଭାଷ ପାଲ, ଅଞ୍ଜଳି କିସପଟ୍ଟା, ମମତା ମହାନ୍ତି, ରବୀନ୍ଦ୍ର ଗୌଡ଼, ମହେନ୍ଦ୍ର ନାଏକ, ଏନି କେରକେଟା, ସୁରେଶ କିଶାନ, ମନିଷା ଟୋପ୍ପୋ, ପୁନମ ତିର୍କି, ଏଲିଜାବେଥ ଲାକ୍ରା, ସନ୍ତୋଷିନୀ ସୋରେନ, ଶୁଭେନ୍ଦ୍ର ପରିଡ଼ା, ଅର୍ଣ୍ଣବ ଚୌଧୁରୀ, ଧ୍ରୁବ ଚରଣ ବାରା ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

masiha

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

masiha

ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା

masiha

Leave a Comment

error: Content is protected !!