ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ 

ମୟୂରଭଞ୍ଜ -୨୮/୨/୨୩ // ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ମୟୂରଭଞର ରାଇରଙ୍ଗପୁର ନିବାସୀ ଶ୍ରୀମତୀ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ବନ୍ଦରେ ୩ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।।

  ଏହା ପୂର୍ବରୁ ମଧ୍ୟ ସେ ବାମନ ଘାଟି ଗୃହନିର୍ମାଣ ସମବାୟ ସମିତି ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ରାଇରଙ୍ଗପୁର ନିବାସୀ ବିଶିଷ୍ଟ ସମାଜସେବୀ ତଥା ବାମନ ଘାଟି ଗୃହ ନିର୍ମାଣ ସମବାୟ ସମିତି ର ସଭାପତି ଡ଼ଃ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ଅମାୟିକ, ସରଳ , ସ୍ନେହଶୀଳା, ମହିଳା ତଥା ଗୃହିଣୀ ଅଟନ୍ତି । ଅନ୍ୟ ପକ୍ଷରେ ସେ ଜଣେ ଉଚ୍ଚ ଶିକ୍ଷିତା, ଲେଖିକା , ସାହିତ୍ୟିକା ମଧ୍ୟ ଅଟନ୍ତି । ସେ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ମାନଙ୍କ ସହ ସଦା ସର୍ବଦା ଜଡ଼ିତ ରହି ଜନ କଲ୍ୟାଣ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି।। ଶ୍ରୀମତୀ ପଟ୍ଟନାୟକ ଏହି ସଫଳତା ନିମନ୍ତେ ବାମନଘାଟି ଗୃହ ନିର୍ମାଣ ସମବାୟ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ତଥା ଶୁଭେଚ୍ଛୁ ଓ ହିତାକାଙ୍ଖୀ, ବୁଦ୍ଧିଜୀବୀ ମାନଙ୍କୁ ନିଜର ଗଭୀର କୃତଞ୍କତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

Sunil Chandra Nayak

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

masiha

Leave a Comment

error: Content is protected !!