ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପୋଲ ହଷ୍ପିଟାଲ୍‍ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ଆପୋଲ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ଵର ଆପୋଲୋ ହଷ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ରାଜ୍ୟ ସଂମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଆଜିର ଏହି ସାମ୍ୱିଦିକ ସମ୍ମିଳନୀରେ ଜଣାଇଛନ୍ତି ।

 ଓଡିଶାର ଗରିବ ଜନ ସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୦୭ ମସିହାରେ ଆପୋଲୋ ହଷ୍ପିଟାଲକୁ ସାଗ ମାଛ ଦରରେ ଜମି ଯୋଗାଇ ଦେଇଥିଲେ । ୨୦୧୦ ମସିହାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହା ଚାଲୁ ହେଲା । କିଛି ଦିନ ପରେ ଜଣେ ରୋଗୀର ଅଗୋଚରରେ ତାଙ୍କ କିଡନି କାଢି ନିଆଯାଇଥିଲା । ଯାହାକି ହ୍ୟୁମାନ ରାଇଟସ୍‍ କମିଶନ ତଥା ମାନ୍ୟବର ଉଚ୍ଚ ନ୍ୟାୟଳୟ ଆପୋଲୋକୁ ଦଣ୍ଡିତ କରିଥିଲେ । ତାହାର କିଛି ଦିନ ପରେ ନାର୍ତ୍ତୋକୁ ମିଥ୍ୟା ବିଲ୍‍ ଦେବା ଅଭିଯୋଗରେ ଆପୋଲୋର ୨ଜଣ କର୍ମଚାରୀଙ୍କୁ ପୋଲିସ୍‍ ଗିରଫ କରିଥିଲେ । ବର୍ତ୍ତମାନ ୨ଜଣ ଆପୋଲୋ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ଏହି କର୍ମଚାରୀଙ୍କ ଦ୍ୱାରା ଅନୈତିକଭାବେ ବିନା ଲାଇସେନ୍‍ସରେ ଲେବର ଡିପାର୍ଟମେଣ୍ଟର ବିନା ପରିମିଶନରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗତ ବର୍ଷ ଜଣେ ହିତାଧିକାରୀଙ୍କୁ ଯେପରି ଭାବରେ ଟଙ୍କା ନେଇ ଚିକିତ୍ସା କରିଥିଲେ ତାହା ଗଣମାଧ୍ୟରେ ଛର୍ଚ୍ଚା ହୋଇଥିଲା । ଦୀର୍ଘ ୧୨ ବର୍ଷ ଭିତରେ ଆପୋଲୋ ହଷ୍ପିଟାଲ ଉନ୍ନତ ମାନର ଜନସେବା ନାମରେ ନିଜର ବ୍ୟବସାୟ ବୃଦ୍ଧି କରିବା ବ୍ୟତିତ ଅନ୍ୟ କିଛି କରିନାହିଁ । ଖାଲି ଜନସାଧାରଣଙ୍କୁ ନୁହେଁ ହଷ୍ପିଟାଲରେ ଥିବା କର୍ମଚାରୀମାନେ ମଧ୍ୟ ଅନୁରୂପ ହଇରାଣ ହରକତ ହେଉଛନ୍ତି । ଗତ ଦିନରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନାହିଁ । କିଛି ଦିନ ତଳେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ କରାଯାଇଥିଲା । ସମସ୍ତ ପ୍ରକାର ଅନୁସନ୍ଧାନ ପରେ ଆରୋପିକୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆଜିବି ସେମାନେ ଖୋଲାମ୍‍ ଖୋଲା ବୁଲୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଶେଷଭାବେ ଫାର୍ମାସୀ ଓ କର୍ମଚାରୀମାନଙ୍କୁ ବ୍ରେକ ଡ୍ୟୁଟି ଦିଆଯାଉଛି ଏବଂ ବ୍ରାଂଚରେ ଆବଶ୍ୟକରୁ କମ୍‍ କର୍ମଚାରୀ ନିୟୋଜନ କରି ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରାଯାଉଛି । କାଜୁଆଲ ଲିଫ୍‍, ସିକ୍‍ ଲିଫ୍‍ ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ ନାହିଁ । ଅଭିଯୋଗ କଲେ ଚାକିରୀରୁ ବାହାର କରିବା ପାଇଁ ଧମକ ଦିଆଯାଉଛି ।

 ଏ ସମସ୍ତ କାର୍ଯ୍ୟ କମ୍ପାନୀର ୨ଜଣ ପ୍ରମୁଖ ଅଧିକାରୀ ସୁରେଶ ରେଡି ଓ ସୁଧିର ଦିଗିକର ଙ୍କ ଦ୍ୱାରା କରାଯାଉଛି । ଯାହାକି ହଷ୍ପିଟାଲକୁ ଜନସାଧାରଣରେ ବଦନାମ କରାଯାଉଛି । ଭିତରେ କାର୍ଯ୍ୟରତ ମହିଳା କର୍ମଚାରୀ ଆଜି ଅସୁରକ୍ଷିତ ହୋଇ ପଡିଛନ୍ତି ।

 ଏ ସବୁ ର୍ଦୁନୀତିର ଫର୍ଦ୍ଦାଫାସ୍‍ କରୁଥିବା ଆପୋଲୋ ହଷ୍ପିଟାଲ ମଜଦୂର ସଂଘର ସାଧାରଣ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇ କର୍ମଚାରୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି । ଶ୍ରମିକ ସଂଗଠନକୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । ଯଦି ଆପୋଲୋ ହଷ୍ପିଟାଲ ଏହିସବୁ ଶ୍ରମିକ ଶୋଷଣ ନୀତି ଜାରି ରଖନ୍ତି ତେବେ ବାଧ୍ୟ ହୋଇ ଭାରତୀୟ ମଜଦୂର ସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଗଣ ଧାରଣା ଦିଆଯିବ ଏବଂ ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଜଣାଇଛନ୍ତି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ଜିଲ୍ଲା ଉପଦେଷ୍ଟା ଶ୍ରୀ କିଶୋର କୁମାର ସାହୁ , ରାୟଗଡ଼ା ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , ବିଶ୍ଵକର୍ମା ମଜଦୁର ସଂଘ ର ପ୍ରଳୟ ସାହୁ ଏବଂ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଆଜି ଦିବସର ଅନୁଚିନ୍ତା : ୧ ଫେବୃଆରୀ : ବିଶ୍ୱ, ଭାରତ ଓ ଓଡ଼ିଶାର ଐତିହାସିକ ସ୍ମୃତିରେ ଦିନଟିର ମହତ୍ତ୍ୱ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

masiha

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!