ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତା ପାଇଁ ଦୌଡ଼(Run for unity)ଆୟୋଜନ ନିମନ୍ତ :-ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ସମୀକ୍ଷା

ଏକତା ପାଇଁ ଦୌଡ଼(Run for unity)ଆୟୋଜନ ନିମନ୍ତ :-ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ସମୀକ୍ଷା

ରାୟଗଡ:-ତା. ୧/୧୧/୨୫- ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ନିର୍ଦେଶ କ୍ରମେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଜିଲ୍ଲାସ୍ତରରେ ଆୟୋଜନ ନିମନ୍ତେ ନିଆଯାଇଥିବା ବିଷୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି l 

 ଜିଲ୍ଲାରେ ଦୁଇଟି ସ୍ଥାନରେ ଏହି ଏକତା ଦୌଡ଼ ଆୟୋଜିତ lରାୟଗଡ଼ ଠାରେ ଆସନ୍ତା ତା ୮/୧୧/୨୫ରିଖରେ ହେବାକୁ ଥିବା ଏକତା ପାଇଁ ଦୌଡ଼ (Run for Unity) କାର୍ଯ୍ୟକ୍ରମ ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରୁ ଆରମ୍ଭ ହୋଇ ନୁଆଁ ବସ୍ ଷ୍ଟାଣ୍ଡ, ରେଲୱେୟ ଅଭର ବ୍ରିଜ ରୁ ଜିଲ୍ଲାପାଳଙ୍କ ବାସଭବନ ଦେଇ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହାପରେ ସେଠାରୁ ବାହାରି ମହତାବ ଛକ ଦେଇ ଜିଲ୍ଲା ସଂସ୍କୃତି ଭବନରେ ସମlବେଶ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଜିଲ୍ଲାସଂସ୍କୃତି ଭବନରୁ ବାହାରି ସାକ୍ରେଡ଼ ହାର୍ଟ ସ୍କୁଲ ଦେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ତୃତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l ସେଠାରୁ ବାହାରି ସ୍ଥାନୀୟ ରିଙ୍ଗ ରୋଡ଼ରୁ ମା ମାଝୀ ଘରିଆଣି ମନ୍ଦିର ଦେଇ ରେଳୱାଇ ଅଣ୍ଡର ଗ୍ରlଉଣ୍ଡ ଦେଇ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଉଦଯାପନୀ ଉତ୍ସବରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ସଂଖ୍ୟକ ଲୋକ ଯୋଗଦେବାକୁ ବ୍ୟବସ୍ଥା କରାଯlଇଛି l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି l ସେହିପରି ଗୁଣୁପୁର ଉପଖଣ୍ଡ ସଦର ମୋହକୁମା ଠାରେ ଆସନ୍ତା ୧୫/୧୧/୨୫ ତାରିଖରେ ଆୟୋଜନ କରାଯିବ l ଗୁଣୁପୁର ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ରୋଡ଼, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ବାଇପାସ ଛକ ଠାରେ ପ୍ରଥମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସେଠାରୁ ନୂତନ ବସ ଷ୍ଟାଣ୍ଡ, ମେଡିକାଲ ଛକ, ହଳଦିଆ ନାଳ, ନୁଆଁ ଗ୍ରାମାଦେବୀ ମନ୍ଦିର ଠାରେ ଦ୍ୱତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଠାରୁ କଟିକିଆ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ, ପୁରୁଣ ଗୁଣୁପୁର ଛକ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ପ୍ରକାଶ କରିଥିଲେ l

ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଓ ଉପଖଣ୍ଡ ସ୍ତରୀୟଅଧିକାରୀ ମାନଙ୍କର ଆୱାସି ମାଧ୍ୟମରେ ପ୍ରସ୍ତୁତି ବୈଠକ କାରି ଏହି କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ସମୀକ୍ଷା କରିଥିଲେ lଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଅତିରକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ନିହାର ରଞ୍ଜନ କହଁର, ଆୱାସି ମlଧ୍ୟମରେ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଦିଲ୍ଲୀପ ଦୁଧlଳ ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା (୩୦୦୦-୩୫୦୦) ଟଙ୍କାକୁ ବ୍ରୁଦ୍ଧି କୁ ନେଇ ବୈଠକ

masiha

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

masiha

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

masiha

Leave a Comment

error: Content is protected !!