ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାରେ ତିନୋଟି ତହସିଲ କାର୍ଯ୍ୟାଳୟରେ ଶୁଭାରମ୍ଭ ହେଲା ଉପ-ନିବନ୍ଧନ କାର୍ଯ୍ୟାଳୟ 

ରାୟଗଡ଼ ଜିଲ୍ଲାରେ ତିନୋଟି ତହସିଲ କାର୍ଯ୍ୟାଳୟରେ ଶୁଭାରମ୍ଭ ହେଲା ଉପ-ନିବନ୍ଧନ କାର୍ଯ୍ୟାଳୟ 

ରାୟଗଡ଼ :- ତା. ୧./ ୧୧/୨୦୨୫-ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ୱାରା ରାଜ୍ୟରେ ଉଦଘାଟିତ ହେଲା ୪୪ଟି ଉପ-ନିବନ୍ଧନ କାର୍ଯ୍ୟାଳୟ l ଏହି ଅବସରରେ ଆୱାସି ମାଧ୍ୟମରେ ରାୟଗଡ଼ ଜିଲ୍ଲାର କଲ୍ୟାଣ ସିଂପୁର, ରାମନାଗୁଡ଼ା ଓ ପଦ୍ମପୁର ବ୍ଲକର ତିନୋଟି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କାରି ହେଲା ଉପନିବନ୍ଧନ କାର୍ଯ୍ୟାଳୟ l ଏହାଦ୍ୱାରା ଜନସାଧାରଣ ନିଜ ତହସିଲ ଅଂଚଳ ରେ ହିଁ ଜମି କିଣାବିକା କରିବାର ସମସ୍ତ ସୁବିଧା ସରକାର କରିଛନ୍ତି l ସ୍ଲଟ ବୁକିଂ ନିମନ୍ତେ ଲୋକେ ଘରେ ବସି ଆବେଦନ କରିପାରିବେ l ଜମି କିଣାବିକା କ୍ଷେତ୍ରରେ ଶୃଙ୍ଖଳିତ ଭାବରେ କରିପାରିବେ l ଲୋକଙ୍କୁ ଆଉ ସବରେଜିଷ୍ଟ୍ରର କାର୍ଯ୍ୟଳୟକୁ ଯିବାକୁ ପଡିବ ନାହିଁ l ଆୱାସି ମାଧ୍ୟମରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ଓସ୍ୱାନ ହଲାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ଉପନିବନ୍ଧକ, ରାୟଗଡ଼, ସହକାରୀ ଜିଲ୍ଲାପାଳ ଶ୍ରୀ ନିର୍ମଳ ସାହୁ, ମlନଭଞ୍ଜନ କହଁର, କୈଳାଶ ସ୍ୱାଇଁ, ସୁସ୍ମିତା ପଟ୍ଟନାୟକ, ଲିପ୍ସା ସାହୁ, ବିଚିତ୍ରା ସେଠି, ଅତିରକ୍ତ ତହସିଲଦାର, ରାୟଗଡ଼, ଜ଼ିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲlକା,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

ବ୍ୟାଙ୍କ୍ ସମ୍ମୁଖରୁ ଡକାୟତି ରୋକିବାକୁ ଶାଖା ପରିଚାଳକ ମାନଙ୍କୁ ନେଇ ପୋଲିସ ର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!