ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ହିନ୍ଦୁ ପରିଷଦର ତ୍ରୈମାସିକ ବୈଠକ 

ବିଶ୍ଵ ହିନ୍ଦୁ ପରିଷଦର ତ୍ରୈମାସିକ ବୈଠକ 

ନବରଙ୍ଗପୁର:(୧୧|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ତ୍ରୈମାସିକ ବୈଠକ ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କୃପାରାମ ସାହୁଙ୍କ ଅଧ୍ୟକ୍ଷତାରେ ସଂପାଦକ ବାଳକୃଷ୍ଣ ପଟ୍ଟନାୟକଙ୍କ ସଂଯୋଜନାରେ ପାଳକ ଅଧିକାରୀ ସୁଦର୍ଶନ ଦାସ ବୈଠକ ପରିଚାଳନା କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସଂଗଠନକୁ ମଜବୁତ କରିବା, ବିଦେଶୀ ଧର୍ମକୁ ବର୍ଜନ କରିବା ଓ ଲୁଚି ରହିଥିବା ରାଷ୍ଟ୍ରବିରୋଧୀଙ୍କୁ ଚିହ୍ନଟ କରିବା ଦିଗରେ ସଂଗଠନ କାମ କରିବ ବୋଲି ସ୍ଥିର ହୋଇଥିଲା । ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଧର୍ମ, ଦର୍ଶନ,ଶାସନ, ପ୍ରଶାସନ କ୍ଷେତ୍ରରେ ସଂଗଠନ କରିବାକୁ କାର୍ଯ୍ୟକର୍ତ୍ତାମାନେ ସତ୍ୟ କରିଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁନୀଲ ବେହେରାଙ୍କ ଉଦ୍ୟମ କ୍ରମେ ୧୯୯୦ ଓ ୧୯୯୨ ମସିହାରେ ଅଯୋଧ୍ୟା ଯାଇଥିବା ଶ୍ରଦ୍ଧାଳୁ କାର ସେବକମାନଙ୍କୁ ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ପ୍ରମାଣପତ୍ର ଓ ଉପଢ଼ୌକନ ଦିଆଯାଇ ଆଶୀର୍ବାଦ ଭିକ୍ଷା କରାଯାଇଥିଲା । ଶ୍ରୀ ମନୋଜ ମହାଙ୍କୁଡ,ସରୋଜ ମହାଙ୍କୁଡ, ଜଗନ୍ନାଥ ବେହେରା, ଜଗଦୀଶ ଚନ୍ଦ୍ର ବିଷୟୀ,ଥବୀର ବିଷୋୟୀ, ସୁନୀଲ ବେହେରା ପ୍ରମୁଖ ଙ୍କୁ ସମ୍ମାନୀତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସୁବାଷ ବିଷୋୟୀ (ଗୋ ସୁରକ୍ଷା),ଦୂର୍ଗା ମାଧବ ରଥ(ସହ ସଂପାଦକ), ନିରଞ୍ଜନ ମହାପାତ୍ର (କୋଷାଧ୍ୟକ୍ଷ),ଗଉରୀ ପନକା (ଦୂର୍ଗା ବାହିନୀ),ତପନ ଦେ, କିଶୋର ସାହୁ, ପ୍ରଭାକର ପାତ୍ର, ପୂର୍ଣ୍ଣ ଭକ୍ତ, ଅଶୋକ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!