ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ କଲେ ବ୍ଲକ ଉପାଧ୍ୟକ୍ଷ

ପାପଡାହାଣ୍ଡି,16/06, ମନିସ — ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ, ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କ ଗହଣ ରେ କେକ କାଟିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା | ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଂଚି ନିଜ ଜନ୍ମଦିନ ରେ ଇଣ୍ଡୋର ଓ ଆଉଟ ଡୋର ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ | ଏଥିରେ ରୋଗୀଙ୍କୁ ଖୁସି ବ୍ୟକ୍ତ କରି ଜନ୍ମଦିନରେ ଆଶ୍ରିୱାଦ ନେଇଥିଲେ | ରୋଗୀଙ୍କ ଗହଣରେ ବସି କେକ କାଟିବା ସହ ସେମାନଙ୍କ କଥା ପଚାରିବୁଝିଥିଲେ | ଏହି ସମୟରେ ମେଡିକାଲ ଇନଚାର୍ଜ ଡ଼ଃ ପ୍ରିୟ ରଞ୍ଜନ ବାହାଲି, ବାରିଜ ପଟନାୟକ, ଏନ ଜନାର୍ଦ୍ଦନ ରାଓ, ସ୍ବପ୍ନଜିତ ପଟନାୟକ, ଗୌତମ ଅଗ୍ରୱାଲ, ନନ୍ଦ କିଶୋର ବିଶୋଇ ପ୍ରମୁଖ ସହ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ବେହେରାଙ୍କୁ ସମସ୍ତେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ | ତାଙ୍କର ଏହି ନିଆରା ଜନ୍ମ ଦିନ ପାଳନକୁ ସାଧାରଣରେ ପ୍ରଶଂସା କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହମ୍ମଦ ରଫି ଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମ.ରାମପୁର ବ୍ଲକ କୃଷି ବିଭାଗ:ମାଣିକେରା କୃଷି ଅଧିକ୍ଷକଙ୍କ ନୂଆଖାଇ ଛୁଟି ସରିନି , ଉତ୍କଟ ରୋଗପୋକରେ ଧାନଚାଷ:ମିଳୁନି ଠିକ୍ ପରାମର୍ଶ

masiha

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!