ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଷକୁଦର – ପୁଣ୍ଡିଘୁଟୁ ଗଡାସାହି ରାସ୍ତାକୁ ଗ୍ରାମଵାସୀଙ୍କ ଶ୍ରମ ଦାନ; ପ୍ରଶାସନ ଶୁଣିଲାନି; ଯୁବଗୋଷ୍ଠୀ ଙ୍କ ଦ୍ଵାରା ରାସ୍ତା ନିର୍ମାଣ

ମହିଷକୁଦର – ପୁଣ୍ଡିଘୁଟୁ ଗଡାସାହି ରାସ୍ତାକୁ ଗ୍ରାମଵାସୀଙ୍କ ଶ୍ରମ ଦାନ; ପ୍ରଶାସନ ଶୁଣିଲାନି; ଯୁବଗୋଷ୍ଠୀ ଙ୍କ ଦ୍ଵାରା ରାସ୍ତା ନିର୍ମାଣ

ମୟୂରଭଂଜ – ୨୬/୦ଅ୮ —   ଲଗାଣ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ର ମହିଷକୁଦର ଠାରୁ ପୁଣ୍ଡିଘୁଟୁ ଗଡାସାହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଥିଲା |   ଲଗାଣ ବର୍ଷା ଯୋଗୁଁ ଏହି ମାଟି ରାସ୍ତାଟିରେ ଖାଲଖମାଲ ସୃଷ୍ଟି ହୋଇଥିବାବେଳେ, ପଚ ପଚ କାଦୁଅରେ ଯିବା ଆସିବା ପାଇଁ ନାକେଦମ ହେବାକୁ ପଡୁଥିଲା  | ଏହି ରାସ୍ତା ସଂଯୋଗ କରୁଥିବାରୁ ଏହାର ଗୁରୁତ୍ତ୍ୱ ଅନେକ  | ଏହି ରାସ୍ତା ଖରାପ ଯୋଗୁଁ ମୋ ବସ୍ ବି ଚଳାଚଳ ହୋଇ ପାରୁନି lବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଥିଲେ। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇ ଥିଲା। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଥିଲେ l। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ ସେଥିପାଇଁ ମହିଷକୁଦୁର ଗାଁ ଯୁବକ ମାନେ ଏକତ୍ରିତ ହୋଇ ଗାଁ ରାସ୍ତା ମରାମତି କଲେ lଚାମୁରୁ ସର୍ଦାର ଏବଂ ଶୋଲେ ଚନ୍ଦ୍ର ଟୁଡୁ ଦୁଇ ଟ୍ରାକଟର ସାହାଯ୍ୟ ରେ ଗାଁ ର ଯୁବକ ବାଣ୍ଡି ସର୍ଦାର,ବିକ୍ରମ ସର୍ଦାର,ବୁଧୁ ସର୍ଦାର,ରେଙ୍ଗ ଦିଗି, ଲକ୍ଷଣ ଚକି,ବଲ ତିରିଆ,ବାଦଲ ତିରିଆ,କାଲା ତିରିଆ, ବିଜୟ ଦିଗି ,ରେଙ୍ଗାଲାଲ ଦିଗି,ଶାସ୍ତ୍ରୀ ଦିଗି, ସୋରେନ ହାଁସଦା,ଅର୍ଜୁନ ଦିଗି,ଲବ ବିରୁଆ,ନାରୁ ପୂର୍ତ୍ତି,ଗଣେଶ ଗୋଇପାଇ,ଜମ୍ବଲ ସୋୟ ଓ ଯେତ ସୋୟ ରାସ୍ତା ମରାମତି କଲେ l ସରକାର କୁ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନ ଥିଲେ।ଯୁବଗୋଷ୍ଠୀଙ୍କ ସାମାଜିକ କାର୍ଯ୍ୟକ୍ରମକୁ ଅଂଚଳଵାସୀ ପ୍ରଶଂସା କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

Sunil Chandra Nayak

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

Leave a Comment

error: Content is protected !!