ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ 

ମୟୂରଭଂଜ- ୨୬/୦୮ — ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାଦାମପାହାଡ଼ ଥାନା ଅନ୍ତର୍ଗତ କଣ୍ଟାସୁଲା ଓ ଚାଉଁରାଡିହି ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୪୬୦ ଲିଟର ଦେଶୀ ରନ୍ଧା ମଦ ଓ ୭୮୦୦ ଲିଟର ମହୁଲ ପୋଚ ଜବତ କରାଯିବା ସହିତ ଚାଉଁରାଡିହି ଗ୍ରାମର ଭାଗବତ ମୁର୍ମୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୪ ଲକ୍ଷ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସୁରେନ୍ଦ୍ର ସୋରେନ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

 ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କୁଚେଇପାଳ ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ 

Sunil Chandra Nayak

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

ଜୀବିକା ମୋହରେ ଆସି,ଜୀବନ ବଂଚେଇବାକୁ ନିବେଦନ କଲେ ଥାନାରେ

Sunil Chandra Nayak

Leave a Comment

error: Content is protected !!