ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶାସନକୁ ଦେଲେ ଚେତାବନୀ

 ବାଲିଆପାଳ 14/02 ( ମନିସ ) ପ୍ରଶାସକ ଯଦି ଚିର ନିଦ୍ରାରେ ଶୋଇରୁହେ ଏବଂ ଭିତିରିଆ ମାଫିଆ ମାନଙ୍କ ସହିତ ସଂପର୍କ ରଖେ ତେବେ କଣ ସାଧାରଣ ଜନତା ନ୍ୟାୟ ପାଇବେ ନା ଦେଶର ପ୍ରାକୃତିକ ସମ୍ପଦ ସୁରକ୍ଷିତ ରହିବ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭୀରାଇ ପଞ୍ଚାୟତର ଚାଉଳତି ଗ୍ରାମର ସମୁଦ୍ର କୁଳବର୍ତ୍ତି ଅଞ୍ଚଳରେ l ଘଟଣାରୁ ପ୍ରକାଶ ଚାଉଳତି ଗ୍ରାମଟି ବଙ୍ଗୋପସାଗର ଏବଂ ହସ୍କରା ନଦୀର ମୁହାଁଣ ନିକଟରେ ଅବସ୍ଥିତ l ସମୁଦ୍ରକୁଳବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏଠାରେ ଝାଉଁବଣ, ବାଲିର ପାହାଡ଼, ସାମୁଦ୍ରିକ ମାଛ, ବିଭିନ୍ନ ସାମୁଦ୍ରିକ ଜୀବ ଯଥା ଶାମୁକା, ଗେଣ୍ଡା, ନାଲି କଙ୍କଡା, କଇଁଛ ଆଦି ପ୍ରାକୃତିକ ସମ୍ପଦ ଭରପୁର ରହିଥାଏ l ମାତ୍ର ପ୍ରଶାସନିକ ଅବହେଳା ଏବଂ ସ୍ଥାନୀୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହି ପ୍ରାକୃତିକ ସମ୍ପଦ ଗୁଡିକ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି l

    କାଠ ମାଫିଆ ମାନେ ଝାଉଁ ବଣରୁ ଝାଉଁ କାଟି ମନ ଇଛା ବିକ୍ରି କରୁଛନ୍ତି, ଠିକ ସେହିପରି ପଶ୍ଚିମବଙ୍ଗ ବେପାରୀ ସହିତ ହାତ ମିଳାଇ ମାଫିଆ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳ ତାଡି ଜୀବିତ ଶାମୁକା, ଗେଣ୍ଡା ଏବଂ ବିଭିନ୍ନ ସାମୁଦ୍ରିକ ଜୀବକୁ ବାହାର କରି ଚୋରା ଚାଲାଣ କରୁଛନ୍ତି l ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରୁ ମାଟିତାଡିବା ଫଳରେ ବେଳାଭୂମିରେ ଥିବା ନାଲି କଙ୍କଡା, ଅଣ୍ଡା ଦେବା ପାଇଁ ସମୁଦ୍ରରୁ କୂଳକୁ ଆସିଥିବା କଇଁଛ, ଝାଉଁ ଗଛ ନଷ୍ଟ ହେବା ସହ ସର୍ବ ଶେଷରେ ପାହାଡ଼ ପରି ଥିବା ବାଲି ଆଡିଆ ଉପରେ ମଧ୍ୟ ପ୍ରଭାବ ପଡୁଛି l ବାଲି ଆଡିଆର ଅବକ୍ଷୟ ହେତୁ ସମୁଦ୍ର ଜୁଆର ସ୍ଥାନୀୟ ଗ୍ରାମ ଗୁଡିକ ପାଇଁ ବିପଦ ମଧ୍ୟ ସୃଷ୍ଟି କରୁଛି l ତେବେ ଚାଉଳତି ଗ୍ରାମର ବୁଦ୍ଧିଜୀବୀ ଏବଂ ଗ୍ରାମବାସୀ ମାନେ ଏ ବିଷୟରେ ବାରମ୍ବାର ଜମ୍ଭୀରାଇ ସରପଞ୍ଚ ନିଲୁବାଳା ବେହେରା , ଲଙ୍ଗଳେଶ୍ୱର ଠାରେ ଥିବା ବନ ବିଭାଗ ଅଫିସର ଫରେଷ୍ଟର ଓ ଗାର୍ଡ ଏବଂ ପରେ ଜିଲ୍ଳା ପାଳଙ୍କୁ ଏବିଷୟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ l ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ସରପଞ୍ଚ, ଲଙ୍ଗଳେଶ୍ୱର ବନବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ମାଫିଆଙ୍କ ମଧୁ ଚନ୍ଦ୍ରିକା ହିଁ ଏହି ସମସ୍ୟାର ମୁଖ୍ୟ କାରଣ l ବନବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ଦିନରେ ବସନ୍ତ ଏବଂ ରାତିରେ ବାସନ୍ତି ପରି ବ୍ୟବହାର କରୁଛନ୍ତି ବୋଲି ଗ୍ରାମବାସୀ ମଧ୍ୟ ଅଭିଯୋଗ ଆଣିଛନ୍ତି l ତେବେ ଶେଷରେ ମାଫିଆ ମାନଙ୍କର କାର୍ଯ୍ୟରେ ଅତିଷ୍ଟ ହୋଇ ଏବଂ ଗ୍ରାମର ସୁରକ୍ଷା ବିଷୟରେ ଚିନ୍ତାକରି ଗ୍ରାମବାସୀ ଏବଂ ବୁଦ୍ଧିଜୀବି ମାନେ ଆଜି ଏକତ୍ରିତ ହୋଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ଅଞ୍ଚଳର ଏହି ସମସ୍ୟା ବିଷୟରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ l ଯଦି ସରକାର କିମ୍ଵା ସ୍ଥାନୀୟ ପ୍ରଶାସନ ଆଗକୁ ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଲକ୍ଷ୍ମୀଧର ମଣ୍ଡଳ, ତରୁଣ ରାଉତ, ଧନଞ୍ଜୟ ମଣ୍ଡଳ, ଭଗିରଥ ମଣ୍ଡଳ, ନିତ୍ୟାନନ୍ଦ ମଣ୍ଡଳ, ନିତ୍ୟାନନ୍ଦ ଜେନା, ରବିନ୍ଦ୍ର କଅଁର, ରବିନ୍ଦ୍ର ମହାନ୍ତି, ଶ୍ରୀପତି କମିଳା, ଅଜୟ ଗିରି ପ୍ରମୁଖ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ସାମୁଦ୍ରିକ ଜୀବ, ଜଙ୍ଗଲ ଏବଂ ମୃତିକା ସମ୍ପଦର ସୁରକ୍ଷା ପାଇଁ କି ପଦକ୍ଷେପ ଆଗକୁ ନେଉଛନ୍ତି l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର

masiha

ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ 

masiha

ଡକାୟତ ଉଦ୍ୟମ କରୁଥିବା ୩ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ବାନ୍ଧିବା ରାଇରଙ୍ଗପୁର ପୋଲିସ 

masiha

Leave a Comment

error: Content is protected !!