ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

ରାଉରକେଲା/ ସ୍ଥାନୀୟ ସିଭିଲ ଟାଉନସିପ ସ୍ଥିତ ସ୍ମୃତି ଉଦ୍ୟାନ ଠାରେ ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ, ରାଉରକେଲା ତରଫରୁ ଧନଞ୍ଜୟ ମହାନ୍ତିଙ୍କ ୩୨ ତମ ପୂଣ୍ୟତିଥି ଓ ସ୍ମୃତିସଭା ପାଳିତ ହୋଇଯାଇଛି । ଟ୍ରଷ୍ଟର ସଂପାଦିକା ପୁଷ୍ପା ଲେଙ୍କା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର ଆସୋସିଏସନର ସଭାପତି ସୁରେଶ ମାଝୀ ମୁଖ୍ୟଅତିଥି, ସଂପାଦକ ଅକ୍ଷୟ ସାହୁ,ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧନଞ୍ଜୟଙ୍କ ଜୀବନୀ ଓ କାର୍ଯ୍ୟଶୈଳୀ ସଂପର୍କରେ ସ୍ମୃତି ଚାରଣ କରିଥିଲେ । ଅନ୍ୟତମ ବକ୍ତା ଭାବେ ସଚେତନ ନାଗରିକ ମଞ୍ଚର ସଂପାଦକ ପି ପି ରାୟ, ସମାଜସେବୀ ଧୀରେନ ସେନାପତି, ବିରେନ ସେନାପତି, ସବିର ହୁସେନ, ପ୍ରସନ୍ନ କୁମାର ଦାସ ପ୍ରମୁଖ ସ୍ବର୍ଗତ ମହାନ୍ତି ଙ୍କ ରାଉରକେଲା ବିଧାୟକ, ରାଜ୍ୟସଭା ସାଂସଦ, ଆଇନଜୀବୀ, କୃଷକ,ଶ୍ରମିକ ଓ ଖେଳାଳି ଙ୍କ ପାଇଁ କରିଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କ ନାମରେ ଏକ ଏକାଡେମୀ ପ୍ରତିଷ୍ଠା, ରାଉରକେଲା ବାର ଆସୋସିଏସନ ତରଫରୁ ସ୍ବର୍ଗତ ମହାନ୍ତିଙ୍କ ସଂପର୍କରେ ଏକ ସ୍ମରଣିକା ଓ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ଆଲୋଚନା ଚକ୍ର ମାନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜ୍ଞାନରଂଜନ ମିଶ୍ର, ଉମାଶଙ୍କର ତିୱାରୀ, ନରହରି ଦାସ, କୁଞ୍ଜବିହାରୀ ରାଉତ, ସତ୍ୟପ୍ରକାଶ ସାହା,ସୁଶାନ୍ତ ପ୍ରଧାନ,ପ୍ରଦୀପ୍ତ ସିଂହ, ପଙ୍କଜିନୀ ପୃଷେଠ, ବିଶ୍ବଜିତ ସାହୁ, ସଂଗୀତା ଦାସ, ଟିଙ୍କୁ ଦେବୀ, ବିଜୟ ଦାସ,ସୁଧୀର ନାଥ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ପ୍ରଭୁପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ବୁଢ଼ୀଦର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ଗୋପବନ୍ଧୁ ନଗର ବଡ଼ପଡ଼ାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!