ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାନ ଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ନବରଙ୍ଗପୁର–(ମସିହା) ଆଦ୍ୟ ତା- ୧୪ ଫେବୃୟାରୀ ୨୦୨୩, ମଙ୍ଗଳବାର ଶାସ୍ତ୍ରୀ ଭଵନ ରେ ନବରଙ୍ଗପୁର ଅଞ୍ଚଳ ର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ମନ୍ତ୍ରୀ ମଣ୍ଡଳ ଇତିହାସ ର ଜଣେ ଟାଣୁଆ ସୁନାମଧନ୍ୟ ମନ୍ତ୍ରୀ,ଜନନାୟକ ସ୍ବର୍ଗତ ଜନାବ୍ ହବିବୁଲ୍ଲା ଖାଁ ଙ୍କ ୯ ମ ଶ୍ରାଦ୍ଧ ବାର୍ଷିକୀ।ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ସ୍ଥାନୀୟ ନବରଙ୍ଗପୁର ଶାସ୍ତ୍ରୀ ଭବନ ଠାରେ ସକାଳ ଠିକ୍ ୧୦.୦୦ ଘଣ୍ଟା ସମୟରେ ଏକ ସର୍ବ ଦଳୀୟ ସ୍ମୁତି ସଭା ଅନୁଷ୍ଠିତ ହେଇଥିଲା! ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ବିଜେଡି ର ଟାଣୁଆ ନେତା ଅର୍ଜୁନ ତ୍ରିପାଠୀ, ବରିଷ୍ଟ ନେତା ନାରାୟଣ ପାତ୍ର, ପୂର୍ବତନ ବିଧାୟକ ସଦନ ନାୟକ, କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ଡାକ୍ତର ବିଜୟ ମିଶ୍ର, ହବିବୁଲ୍ଲା ଖାନ ଙ୍କ ସୁପୁତ୍ର ତାରିଖ ହାସନ ଖାନ, ମା ଘର ଅଧ୍ୟକ୍ଷ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ, ବିଜେଡି ମହିଳା ସଭା ନେତ୍ରୀ ଶ୍ରୀମତୀ ମଞ୍ଜୁଳା ମାଝୀ, ଶ୍ରୀମତୀ ଜେମାମଣୀ ବିଷୋୟୀ, ସରପଞ୍ଚ ଦିବାକର ପୂଜାରୀ, ବୃନ୍ଦାବନ ତ୍ରିପାଠୀ, ପି ନାଗାରତନ୍ମ ଆମା, ବିଜେପି ଯୁବ ନେତା କାନୁ ଦାସ, ଦିଲ୍ଲୀପ ପ୍ରଧାନୀ, ନାରାୟଣ ପଣ୍ଡା, ଯୁବ ସମାଜ ସେବୀ ନିନୀବାବୁ, ଅଖିଳ ଭତ୍ରା, ଦାଶରଥି ପଟ୍ଟନାୟକ, ଗଣେଶ ଦାସ, ଦୀପ ଚନ୍ଦ୍ର ଜୈନ, ପ୍ରଦୀପ ସାହୁ ସମେତ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦୁଇ ମିନଟ ନିରବ ପ୍ରାର୍ଥନା କରିବା ସହ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ ଏବଂ ସ୍ୱର୍ଗତ ହବିବୁଲା ଖାନ ଙ୍କ ଜୀବନ ସଂଗ୍ରାମ ବିଷୟରେ ନିଜ ନିଜର ମତା ମୋତ ପ୍ରକାଶ କରିଥିଲେ । ଶେଷରେ ତାରିଖ ହାସନ ଖାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ’

Sunil Chandra Nayak

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ

masiha

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

masiha

Leave a Comment

error: Content is protected !!