ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

ଡାବୁଗାଁ, ୧୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ଡାବୁଗାଁ ଥାନା ସମ୍ମୁଖରେ ଥିବା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି l ଡାବୁଗାଁ ବ୍ଳକ ଚାଷୀ ମାନଙ୍କ ପାଇଁ ଏ ବର୍ଷ ଆଳୁ ବିହନ ୧୩୫୦ କ୍ୱିଣ୍ଟାଲ ବଣ୍ଟନ କରିବାକୁ ଧାର୍ଯ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳା, ମେଦନା, ଡାବୁଗାଁ, ଚଚରାଗୁଡା, କୋଇଲାରୀ, ବଡ଼ ଓଲମା ଓ ବୋରିଗାଁ ଗ୍ରାମ ପଞ୍ଚାୟତ ର ୧୦୦ ଚାଷୀ ଆସିଥିବା ୩୦୦ କ୍ୱିଣ୍ଟାଲ ବିହନ ୧୦ ତାରିଖ ସୋମବାର ରୁ ୧୩ ତାରିଖ ଗୁରୁବାର ୪ ଦିନ ମଧ୍ୟରେ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି l ଆହୁରି ଦ୍ଵିତୀୟ ପର୍ଯ୍ୟାୟରେ ଆଳୁ ବିହନ ଆସି ପହଁଞ୍ଚିଲେ ଚାଷିମାନଙ୍କୁ ଦିଆଯିବ l ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବି ଶଙ୍କର ପଣ୍ଡା ଓ ଉଦ୍ୟାନ କୃଷି ଅଧିଦର୍ଶକ ପ୍ରମୋଦ କୁମାର ଗୌଡ ଚାଷୀ ମାନଙ୍କୁ ସୁରୁଖୁରୁରେ ଆଳୁ ବିହନ ବଣ୍ଟନ କରିଥିଲେ l ଯେଉଁ ଚାଷୀ ଭାଇ ଏବଂ ଭଉଣୀ ମାନେ ଆଳୁ ବିହନ ନେବା ପାଇଁ ଇଚ୍ଛୁକ ସେମାନେ ତାଙ୍କ ଆଧାର କାର୍ଡ, ପାସ ଫଟୋ, ଜମି ପଟ୍ଟା, ବ୍ୟାଙ୍କ ପାସ ବୁକ ନେଇକି ଆସନ୍ତୁ l ଏଥି ପାଇଁ ନିଜର ନାମ ଓଡିଶା ସରକାର ଙ୍କ କୃଷକ ଓଡ଼ିଶା ପୋର୍ଟାଲ ରେ ରେଜିଷ୍ଟ୍ରେସନ କରି ଗୋସୁଗମ୍ ପୋର୍ଟାଲ୍ ରେ ଆବେଦନ କରି ପାରିବେ । ସହାୟତା ବିବରଣୀ :- ଅତି କମ୍ ରେ ଆଳୁ ବିହନ (୨୫ ସେଣ୍ଟ): ୩ ବସ୍ତା – ୩୦୦୦ ଟଙ୍କା (୧୦୦୦ ଟଙ୍କା/ବସ୍ତା)- ସବସିଡି – ୧୫୦୦ ଟଙ୍କା ଓ ଅତି ବେଶୀରେ (୧.୨୫ ସେଣ୍ଟ): ୧୫ ବସ୍ତା – ୧୫୦୦୦ ଟଙ୍କା (୧୦୦୦ ଟଙ୍କା/ବସ୍ତା)- ସବସିଡି – ୭୫୦୦ ଟଙ୍କା l ଆଳୁ ଚାଷ କରିବା ପରେ ରିହାତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତା ରେ ଛଡ଼lଯିବା ନେଇ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡ଼ିଶାର ବିଶିଷ୍ଟ ଖବର କାଗଜ ବିତରକ ଭୋଳାନାଥ ଶର୍ମା ଆରପାରିରେ

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ 

Sunil Chandra Nayak

କେତେଦିନ ଅନ୍ତର୍ଦୋୟ ରାସନ ଚାଉଳ ଲୁଟର ଶିକାର ହେବେ ଆଦିବାସୀ ପରିବାର

Sunil Chandra Nayak

Leave a Comment

error: Content is protected !!