ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଭୁବନେଶ୍ବରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ’ ପକ୍ଷରୁ ଆୟୋଜିତ ୨୫ତମ ଅନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଏବଂ ଯୁବ ଉତ୍ସବ ରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋନ୍ ୨ ର ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ ଙ୍କୁ ଅଞ୍ଜଳି ଆୱାର୍ଡ଼ ୨୦୨୫ ପ୍ରଦାନ କରାଯାଇଛି I ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉପସ୍ଥିତ ରହି ଶ୍ରୀ ଚୋୖଧୁରୀ ଙ୍କୁ ଉପଢୌକନ ମାନପତ୍ର ସହିତ ପଚାଶ ହଜାର ଅର୍ଥରାଶି ପ୍ରଦାନ କରିଥିଲେ, ଅନୁଷ୍ଠାନ ପ୍ରତିଷ୍ଠାତା ଡ଼ଃ ଶ୍ରୁତି ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସିୱାଇଏସଡ଼ି ର ପ୍ରତିଷ୍ଠାତା ଜଗଦାନନ୍ଦ ଏବଂ ଗାୟତ୍ରୀ କର ଉପସ୍ଥିତ ଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

masiha

Leave a Comment

error: Content is protected !!