ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

ଅଞ୍ଜଳି ଆୱାର୍ଡ଼ ପାଇଲେ ସୁରେଶ ଚୋୖଧୁରୀ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଭୁବନେଶ୍ବରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ’ ପକ୍ଷରୁ ଆୟୋଜିତ ୨୫ତମ ଅନ୍ତର୍ଜାତୀୟ ଅଞ୍ଜଳି ଶିଶୁ ଏବଂ ଯୁବ ଉତ୍ସବ ରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋନ୍ ୨ ର ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୁରେଶ ଚୋୖଧୁରୀ ଙ୍କୁ ଅଞ୍ଜଳି ଆୱାର୍ଡ଼ ୨୦୨୫ ପ୍ରଦାନ କରାଯାଇଛି I ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉପସ୍ଥିତ ରହି ଶ୍ରୀ ଚୋୖଧୁରୀ ଙ୍କୁ ଉପଢୌକନ ମାନପତ୍ର ସହିତ ପଚାଶ ହଜାର ଅର୍ଥରାଶି ପ୍ରଦାନ କରିଥିଲେ, ଅନୁଷ୍ଠାନ ପ୍ରତିଷ୍ଠାତା ଡ଼ଃ ଶ୍ରୁତି ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସିୱାଇଏସଡ଼ି ର ପ୍ରତିଷ୍ଠାତା ଜଗଦାନନ୍ଦ ଏବଂ ଗାୟତ୍ରୀ କର ଉପସ୍ଥିତ ଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ 

masiha

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!