ତେନ୍ତୁଳିଖୁଣ୍ଟି -୧୬/୦୩/୨୩ ତେନ୍ତୁଳିଖୁଣ୍ଟି ବ୍ଲକର କ୍ରୁମାକୋଟ ଛକ ଠାରେ ଆଜି ଦ୍ବିତୀୟ ଦିନ ରେ ବି ତେନ୍ତୁଳିଖୁଣ୍ଟି ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି।ଏହି ଆନ୍ଦୋଳନରେ ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରାୟ 200 ଡ୍ରାଇଭର ଏକତ୍ରିତ ହୋଇ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ଦିବାକର ହିଆଲ କହିଛନ୍ତି ।ଏହି ପରିପ୍ରେକ୍ଷରେ କୁର୍ମାର୍କୋଟ ଛକ ଠାରେ ତେନ୍ତୁଳିଖୁଣ୍ଟି କଂଗ୍ରେସ ପିସିସି ସଭ୍ୟ ଦିଲିପ ପ୍ରଧାନୀ, ଭିମ ପାଣିଗ୍ରାହୀ, କଂଗ୍ରେସ ର ବ୍ଳକ ସଭାପତି ପ୍ରହ୍ଲାଦ ହିଆଲ, ସୁନିଲ ସିଂହ ଧାରଣା ସ୍ଥଳ କୁ ଆସି ସମର୍ଥନ କରିଛନ୍ତି। ତେନ୍ତୁଳିଖୁଣ୍ଟି,ଇନ୍ଦ୍ରାବତୀ, ସମେତ ଆଖପାଖ ଅଞ୍ଚଳର ପ୍ରାୟ ଦୁଇଶହ ରୁ ଅଧିକ ଡ୍ରାଇଭର ନିଜ ନିଜ ୟୁନିଫର୍ମରେ ଓ ବ୍ୟାଚ ଲଗାଇ ଆନ୍ଦୋଳନରେ ଯୋଗ ଦେଇଛନ୍ତି।ଆମ୍ବୁଲାନ୍ସ ,ପୋଲିସ , ପ୍ରଶାସନ ଏବଂ ବ୍ୟକ୍ତିଗତ,ସ୍କୁଲ ପିଲାଙ୍କ ଗାଡି କୁ ଛାଡି ଅନ୍ୟ କୌଣସି ଗାଡିକୁ ନଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ଆନ୍ଦୋଳନରେ ସଭାପତି ଦିବାକର ହିଆଲଙ୍କ ସମେତ ଉପସଭାପତି ବିପିନ ବିହାରି ଟାକ୍ରୀ ସମ୍ପାଦକ ବିମଳ ପ୍ରକାଶ ବାଘ, ସମ୍ପାଦକ ନରେନ୍ଦ୍ର ଜାନୀ କୋଶାଧନ୍ଧ ଯୋଗେନ୍ଦ୍ର କଚିିମଙ୍କ ସମେତ ବ୍ଳକର ସମସ୍ତ ଯୋଗ ଦେଇଛନ୍ତି।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି