ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

ନବରଙ୍ଗପୁର:(ତା ୨୪/୦୮)(ରବି ନାରାୟଣ ମହାନ୍ତି)ବିଧାୟକ ନରସିଂହ ଭତରା ଓଡିଶା ସଡ଼କ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ସାକ୍ଷାତ କରି ଝରୀଗାଁ ନିର୍ବାଚନ ମଣ୍ଡଳୀର ୨ ପ୍ରମୁଖ ବ୍ଲକରୁ ସରକାରୀ ବସ ଚଳାଚଳ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି |ଉକ୍ତ ଦାବୀପତ୍ରରେ ସେ ଉଲ୍ଲେଖ କରିଛନ୍ତି କି ନବରଙ୍ଗପୁର ଜିଲ୍ଲାର ଝରୀଗାଁ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଓଡିଶାର ଶେଷ ସୀମାରେ ଓ ଛତିଶଗଡର ସୀମାନ୍ତରେ ଅବସ୍ଥିତ |ପରିବହନ ଓ ଯୋଗାଯୋଗ ଦୃଷ୍ଟିକୋଣରୁ ଝରୀଗାଁ ନିର୍ବାଚନ ମଣ୍ଡଳୀ ସବୁଠୁ ପଛରେ ରହିଛି |ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳରୁ ଗୋଟିଏ ହେଲେ ସରକାରୀ ବସ ରାଜ୍ୟ ରାଜଧାନୀକୁ ଚଳାଚଳ କରୁନାହିଁ |ସେହିପରି ଅଞ୍ଚଳର ସାଧାରଣ ଅଧିବାସୀ ଓ ପଡୋଶୀ ରାଜ୍ୟ ଛତିଶଗଡ ସହ ରୋଟି ବେଟିର ସମ୍ପର୍କ ତେଣୁ ଛତିଶଗଡ ଅଞ୍ଚଳକୁ ମଧ୍ୟ ବସ ଚଳାଚଳ ଜରୁରୀ ହୋଇପଡିଛି |ତେଣୁ ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ୭ଗୋଟି ରାସ୍ତା (୧-ଝରୀଗାଁ ଠାରୁ ପୁରୀ, ଭାୟା ଚନ୍ଦାହାଣ୍ଡି, ଭୁବନେଶ୍ୱର, ୨-ଝରୀଗାଁ ଠାରୁ ରାୟପୁର ଭାୟା ଚନ୍ଦାହାଣ୍ଡି, ଉରମାଳ, ୩-ଝରୀଗାଁ ଠାରୁ ବ୍ରହ୍ମପୁର ଭାୟା ଚନ୍ଦାହାଣ୍ଡି ଭବାନୀପାଟଣା, ଭଞ୍ଜନଗର, ୪-ଝରୀଗାଁ ଠାରୁ ସମ୍ବଲପୁର ଭାୟା ଚନ୍ଦାହାଣ୍ଡି, ରାଜା ଖଡ଼ିଆର ୫-ଚନ୍ଦାହାଣ୍ଡି ଠାରୁ ବିଶାଖାପାଟଣା ଭାୟା ଝରୀଗାଁ, ଉମରକୋଟ ୬-ଚନ୍ଦାହାଣ୍ଡି ଠାରୁ ଭବାନୀପାଟଣା ଭାୟା ଉରମାଳ, ଦେଓଭୋଗ ୭-ଚନ୍ଦାହାଣ୍ଡି ଠାରୁ ଜଗଦଳପୁର ଭାୟା ଉମରକୋଟ, ଶିଙ୍ଗଶାରୀ )ଦେଇ ସରକାରୀ ବସ ଯାତାୟାତ କରିବା ପାଇଁ ଅନୁମତି ଦେଲେ ଅଞ୍ଚଳର ପରିବହନ ବ୍ୟବସ୍ଥା ସୁଦୃଢ ହୋଇପାରନ୍ତା ବୋଲି ବିଧାୟକ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି |ତତ ସହିତ ଝରୀଗାଁ ନିର୍ବାଚନ ମଣ୍ଡଳୀରେ ଗୋଟିଏ ହେଲେ +୩ ବିଜ୍ଞାନ କଲେଜ ନଥିବା ହେତୁ ଅଧିକାଂଶ ଛାତ୍ରଛାତ୍ରୀ +୨ (ବିଜ୍ଞାନ) ପରୀକ୍ଷା ଉତୀର୍ଣ୍ଣ କରିବା ପରେ +୩(ବିଜ୍ଞାନ )ପଢିବାରୁ ବଞ୍ଚିତ ରହୁଛନ୍ତି |ଝରୀଗାଁ ଅଞ୍ଚଳର ଅତି କମ ସଂଖ୍ୟକ ଛାତ୍ରଛାତ୍ରୀ (ଯେଉଁ ମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ )ସୁଦୂର ନବରଙ୍ଗପୁର, ଜୟପୁର, କଳାହାଣ୍ଡି କୁ ଯାଇ +୩(ବିଜ୍ଞାନ ) ଶିକ୍ଷା ଗ୍ରହଣ କରୁଛନ୍ତି |ତେଣୁ ଚନ୍ଦାହାଣ୍ଡି ଠାରେ ଏକ +୩(ବିଜ୍ଞାନ )କଲେଜ ଖୋଲିବା ନେଇ ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି |

ମସିହା ନିଯୁଜ୍ ସର୍ଭିସ୍ 

Related posts

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

ବରିଷ୍ଠ ଦେଵାନୀ ବିଚାରପତି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!