ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଗେଇପୁରରେ କମ୍ବଳ ଓ କପଡ଼ା ବାଣ୍ଟିବ ” ମୋ ଅନୁଷ୍ଠାନ “

ବଗେଇପୁରରେ କମ୍ବଳ ଓ କପଡ଼ା ବାଣ୍ଟିବ ” ମୋ ଅନୁଷ୍ଠାନ “

ଖଇରା,୧୩/୧୧/୨୫- ସାହିତ୍ୟ, ସମ୍ବାଦ ଓ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିଛି “ମୋ ଅନୁଷ୍ଠାନ ସାହିତ୍ୟ ସଂ ସଦ ” । ବର୍ତ୍ତମାନ ଶୀତଋତୁ ପାଇଁ କମ୍ବଳ ବଣ୍ଟନ କରି ଚାଲିଛି ମୋ ଅନୁଷ୍ଠାନ । ୩ୟ ପର୍ଯ୍ଯାୟ କମ୍ବଳ ବଣ୍ଟା ସରିଛି । ଆସନ୍ତା ରବିବାର ଅର୍ଥାତ୍ ତା ୧୬/୧୧/୨୦୨୫ ରିଖ ଦିନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଗେଇପୁର ଗ୍ରାମରେ କମ୍ବଳ ବଣ୍ଟନ ହେବ । ଗ୍ରାମର ଖେଳପଡିଆ ଠାରେ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତବର୍ଷ ୧୦୬୨ ଖଣ୍ଡ କମ୍ବଳ, ୭୮୨ ଖଣ୍ଡ ମଶାରୀ, ୪୮୨ ଟି ଛତା ଏବଂ କପଡ଼ା ଇତ୍ୟାଦି ବଣ୍ଟନ ହୋଇଥିଲା । କିନ୍ତୁ ଚଳିତ ଶୀତ ଋତୁରେ ୨ ହଜାର ଖଣ୍ଡ କମ୍ବଳ ବଣ୍ଟନ କରିବ ଅନୁଷ୍ଠାନ । ଏଥିପାଇଁ ବହୁ ପୂର୍ବରୁ ଘୋଷଣା ସରିଛି । କମ୍ବଳ ବଣ୍ଟନ ପରେ ମଶାରୀ, ଛତା, ପାଣିବୋତଲ ବଣ୍ଟନ ସହିତ ନୂଆକରି ଯୋତା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯିବାର ପରିକଳ୍ପନା ହୋଇଛି । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ସଭାପତି କୁଞ୍ଜଲତା ମାହୁଁନ୍ତଙ୍କ ଆୟୋଜନ କ୍ରମେ ରବିବାର ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସହ-ସମ୍ପାଦିକା ବୀଣାପାଣି ଜେନା, ସଦସ୍ୟ ସମ୍ଭୁନାଥ ସେଠୀ, ଜଗବନ୍ଧୁ ବାରିକ, ଉପଦେଷ୍ଟା ବସନ୍ତ କୁମାର ବାରିକ, ମୁକ୍ତିକାନ୍ତ ପାଣିଗ୍ରାହୀ, ରାମଚନ୍ଦ୍ର ପତ୍ରି, ମନୋଜ ମହାପାତ୍ର, ଆଲୋକମୟ ପଣ୍ଡା ଏବଂ ଅନୁଷ୍ଠାନର ଶୁଭ ଚିନ୍ତକ ଓ ସୁପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଅଜୟ ମହାପାତ୍ର ଏବଂ ଅଜୟ ନାଇକ ଯୋଗଦେବେ ବୋଲି ଦୃଢ ପ୍ରତିଶୃତି ଦେଇଛନ୍ତି । କମ୍ବଳ ସହିତ କପଡ଼ା ମଧ୍ୟ ବଣ୍ଟନ କରାଯିବ । ଏହା ଚଳିତ ଋତୁର ୪ର୍ଥ ପର୍ଯ୍ଯାୟ କମ୍ବଳ ଓ କପଡା ବଣ୍ଟନ ଦେବ । ମୋ ଅନୁଷ୍ଠାନ ସେବା କାର୍ଯ୍ୟରେ ମୁଗ୍ଧ ହୋଇ ଯଦି କେହି କମ୍ବଳ ପାଇଁ କିଛି ଆର୍ଥିକ ସହଯୋଗ କରିବା ପାଇଁ ମନରେ ଭାବିଛନ୍ତି ତେବେ ମୋବାଇଲ ନମ୍ବର ୯୮୫୩୧୪୨୫୧୦ କୁ ଯୋଗାଯୋଗ କରିପାରିବେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ଦୃଷ୍ଟି ହୀନ ବୃଦ୍ଧା ମହିଳାଙ୍କୁ କେବେ ମିଳିବ ବିକଳାଙ୍ଗ ଭତା, ଚିନ୍ତାରେ ବୃଦ୍ଧା

Sunil Chandra Nayak

Leave a Comment

error: Content is protected !!