ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

ବଡ଼ବିଲ, ୧୪/୧୧:  ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳି ଶ୍ରୀ ବିଭାସିନ୍ଧୁ ବାରିକଙ୍କୁ ବ୍ୟାଡମିଣ୍ଟନ କିଟ୍ ପ୍ରଦାନ କରାଯାଇଛି। ଯୋଡ଼ା ଖଣି ମଣ୍ଡଳର ଉପ ନିର୍ଦ୍ଦେଶକ ଶ୍ରୀ ଦୀନେଶ ଅଗ୍ରଓ୍ୱାଲ ଏହି କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲର ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ ପାତ୍ର ବିଭାସିନ୍ଧୁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହି ପ୍ରୋତ୍ସାହନ ପାଇଁ ବିଭାସିନ୍ଧୁ ଧନ୍ୟବାଦ ଜଣାଇଛନ୍ତି। ଏପରି ପ୍ରୋତ୍ସାହନ କ୍ରୀଡ଼ାବିତମାନଙ୍କୁ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ। ଇଜିପ୍ଟରେ ଆସନ୍ତା ଜାନୁଆରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଖେଳିବାକୁ ଯାଉଛନ୍ତି। ଏହା ସହିତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସ ଓ ୨୦୨୮ ଗ୍ରୀଷ୍ଣକାଳୀନ ଅଲିମ୍ପିକ ଖେଳିବା ପାଇଁ ଆଶା ରଖିଥିବା କହିଛନ୍ତି।

ଜିନ୍ଦଲ ଷ୍ଟିଲର ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦ ଫାଉଣ୍ଡେସନ ନିରନ୍ତର କାମ କରିଆସୁଛି। ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସମେତ ଦେଶର ବିଭିନ୍ନ ପ୍ରାନ୍ତର କ୍ରୀଡ଼ାପ୍ରତିଭା ଅନ୍ୱେଷଣ ସହ ସେମାନଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଫାଉଣ୍ଡେସନ ପକ୍ଷରୁ ଦେଶର ୪୦ ହଜାର ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କୁ ସାମରିକ କଳା, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ତୀରନ୍ଦାଜୀ ଓ କ୍ରିକେଟରେ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୋତ୍ସାହିତ କରାଯାଉଛି। 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

Related posts

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

masiha

ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

Sunil Chandra Nayak

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!