ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

ଜୁନାଗଡ଼,୧୬/୧୨(ମନୀସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଚତୁର୍ଥ ଦିନ ଜୟପୁର ଟସ ଜିତି ଫିଲଡିଂ ନିଷ୍ପତି ନେଇ ଥିଲେ l ବରଗଡ ବେଟିଙ୍ଗ କରି ୨୭ ଓଭର ୪ ବଲ ରେ ୧୨୧ ରନ ସଂଗ୍ରହ କରିଥିଲେ l ଜବାବ ରେ ଜୟପୁର ୨୯ ଓଭର ୩ ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୫ ରନ କରି ମାତ୍ର ୬ ରନ ରେ ପରାଜୟ ହୋଇ ଥିଲେ l ମେନ ଅଫ ଦି ମ୍ୟାଚ ବରଗଡ ର ସନ୍ଦେଶ ପୂଝରୀ ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଜାରିଙ୍ଗ ଇଣ୍ଡିଆନ ପଟାସ ଲିମିଟେଡ଼ ପ୍ରୋଜେକ୍ଟ ହେଡ ଦୁର୍ଗାପ୍ରସାଦ ଦ୍ବିବେଦୀ, ମା ଲଙ୍କେଶ୍ୱରୀ ଗ୍ରୁପ ମୁଖ୍ୟ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ବରିଷ୍ଟ ସାମ୍ବାଦିକ ସୁନ୍ଦରମୋହନ ଛତ୍ରୀୟl, ସମାଜସେବୀ ଜୟନ୍ତ ସାହୁ ନବୀନ ସାହୁ ବରିଷ୍ଟ ନାଗରିକ ଶଶୀଧର ପଣ୍ଡା ଓ ଅଶୋକ ହୋତା ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ଦିପେନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର , ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ l ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼ ଉପ ସଭାପତି ସରୋଜ କୁମାର ପଣ୍ଡା,ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା, ପପୁ ପଣ୍ଡା, ସୁଜିତ ପଣ୍ଡା, ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ମ୍ୟାଚ ପ୍ରଥମ ସେମି ଫାଇନାଲ ବରଗଡ ସହ ଜୁନାଗଡ଼ ଏନ ଆର ଏସ ଏସ ସି ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

masiha

ଚନ୍ଦ୍ରଶେଖରପୁର କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ , ଇଲେଭେନ ଷ୍ଟାର କପିଳାସ ଚମ୍ପିୟାନ

Sunil Chandra Nayak

ଧବଳେଶ୍ଵର କ୍ରିକେଟ କପ : ବରଗଡ଼ ଚମ୍ପିୟାନ 

masiha

Leave a Comment

error: Content is protected !!