ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

ରାୟଗଡା /ମୁନିଗୁଡା- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଗତକାଲି ରାତିରେ ଡାଙ୍ଗସୋରଡା ଅଞ୍ଚଳରେ UP12BT 6922 ନମ୍ବର ଟାଟାଏସି ଗାଡିରେ ଥିବା ଗଞ୍ଜେଇ ଜବତ କରିବା ସହ ଥାନା କେଶନଂ268/024 ପ୍ରକାର ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଏସଡିପିଓ ଶ୍ରୀମତୀ ସନ୍ତୋଷୀନୀ ଓରାମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ବିବରଣୀରୁ ପ୍ରକାଶ ଗତକାଲି ରାତିରେ ଅଭିଯୁକ୍ତ ଦ୍ବୟ ଉତ୍ତର ପ୍ରଦେଶର ମୁର୍ଜାଫରନଗରର ଅନୀଲ କୁମାର ସିଂ ଓ ଉଦୟ କୁମାର ସିଂ ଏହି ଟାଟା ଏସି ଭ୍ୟାନରେ କମ୍ବଳ ବିକ୍ରିକରିବା ବାହାନାରେ ଗଞ୍ଜେଇ ଲୋଡ କରି ତା ଉପରେ କମ୍ଵଳ ରଖି ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିଲେ। କୌଣସି ପ୍ରକାରଏହି ଖବର ମୁନିଗୁଡା ଆଇଆଇସି ଶ୍ରୀମତୀ ସୌଦାମିନୀ ବେହେରା ଜାଣିପାରିଥିଲେ।ଆଇଆଇସିଙ୍କ ନେତୃତ୍ବରେ ବି.କୁମୁରୁକା(,ଓଏପି) .ପୋଲିସ କନେଷ୍ଟ ବଳ ରାମେଶ୍ବର ଜାନୀ,ହୋମଗାର୍ଡ ରମେଶ ପ୍ରଧାନୀ,ଟୁଲୁ ପାଢି,ଗିରି ପଲକିଆ,କେ.ଲକ୍ଷ୍ମଣ,ଜୟନ୍ତ ଗମାଙ୍ଗ ପ୍ରମୁଖ ଏକପୋଲିସ ଟିମ ଧରି ଚନ୍ଦ୍ରପୁର ବ୍ଲକ ର ଡାଙ୍ଗସୋରଡା ନିକଟରେ ସମ୍ପୃକ୍ତ ଟାଟାଏସି ଉପରେ ଚଢ଼ାଉ କରି 179.500 କେଜି ଗଞ୍ଜେଇ ଜବତ ସହ ଦୁଇଜଣ ଙ୍କୁ ଗିରଫ କରିଥିବା ବେଳେ ମାଫଆ ଙ୍କ ଠାରୁ ନଗଦ 11000 ଟଙ୍କା ଓ ଏକ ଏଣ୍ଡରୋଏଡ଼ ମୋବାଇଲ ଫୋନଜବତ କରାଯାଇଛି ! ଜବତ ଗଞ୍ଜେଇ ର ମୂଲ୍ୟ ଆନୁମାନିକ ପ୍ରାୟ 18 ଲକ୍ଷ୍ ଟଙ୍କା ହେବ ବୋଲି ଏସଡିପିଓ ଶ୍ରୀମତୀ ଓରାମ କହିଛନ୍ତି।ଏହି ଗଂଜେଇ ଗୁଡାରୀ ଅଂଚଳ ରୁ ଡାଙ୍ଗସୋରଡ଼ା ଦେଇ ଉତ୍ତର ପ୍ରଦେଶ କୁ ଚାଲାଣ ହେଉଥିବା ଜଣାପଡ଼ିଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

masiha

ନାବାଳିକାକୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ ଯୁବକ

Sunil Chandra Nayak

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

masiha

Leave a Comment

error: Content is protected !!