ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ
ବନ୍ଧୁଗାଁ ତା,୨୩/୧୨/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ପଞ୍ଚାୟତ ର କାତୁଲୁ ପେଟା ଗାଁ ନିକଟରେ ଆନ୍ଦ୍ରର ୪ ଜଣ ବ୍ୟକ୍ତିଙ୍କ ମୋବାଇଲ ଲୁଟ କରି କିଛି ଦୃବୁତ୍ତ ମାନେ ନେଇଥିବାର ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି I ଏହି ୪ ଜଣ ବେପାରି ହେଲେ ଆନ୍ଦ୍ର ପ୍ରଦେଶର ପାର୍ବତି ପୁରମ ମାନ୍ୟମ ଜିଲ୍ଲାର କମରଡା ଥାନା ଅଧିନସ୍ତ ଲାବେସୁ ଗାଁର କେ. ଶଙ୍କର ରାଓ, ଓ ଗୁମା ଲାଚିମ ପୁରମ ଥାନା ଅଧିନସ୍ତରେ ଥିବା ମୁଲାବିନେଡି ଗାଁର ଏମ. ଗୋବିନ୍ଦ ରାଓ, ଗୁରୁଗୁ ବିଲି ଥାନା ଅଧିନସ୍ତ ରେ ଥିବା ଏସ. ବିରଭଦ୍ରା ରାଓ ଓ ଏଲ. ଶ୍ରୀନୁ ବଲି ଜାଣିବାକୁ ପାଇଛୁ I ଏହି ଚାରି ବ୍ୟକ୍ତିଙ୍କ ଠାରୁ ଉକ୍ତ ଲୋକଙ୍କର ମୋବାଇଲ ଲୁଟ ହୋଇଥିବା ବିଷୟକୁ ନେଇ ବନ୍ଧୁଗାଁ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି I ସୂଚନା ଅନୁଯାଇ ଆଜି ମଧ୍ୟାହ୍ନରେ ଆନ୍ଦ୍ରପ୍ରଦେଶର ପାର୍ବତିପୁରମ ଠାରୁ ଦୁଇଟି ବାଇକ ଯୋଗେ ୪ ଜଣ ଛେଳି ବେପାରି ମାନେ ନିତି ଆସି ଛେଳି କିଣି ଯିବାପରି ଆଜି ମଧ୍ୟ ଛେଳି କିଣିବା ପାଇଁ ବନ୍ଧୁଗାଁ ଅଞ୍ଚଳକୁ ଆସୁଥିଲେ I ବନ୍ଧୁଗାଁ ଥାନା ଅନ୍ତର୍ଗତ କାତୁଲୁ ପେଟା ଗାଁ ନିକଟସ୍ତ କାବେରି ବାଡ଼ି ପଞ୍ଚାୟତକୁ ଯାଉଥିବା ବାଇପାସ ରାସ୍ତା ପାଖ ଏକ ଲିମନ ଘାସ ଟେଙ୍କ ପାଖ ରାସ୍ତା କଡ଼ରେ ଦୁଇ ଗାଡି ରଖି ଚାରି ବ୍ୟକ୍ତି ପରିସ୍ରା କରୁଥିଲେ I ଠିକ ସମୟରେ ବନ୍ଧୁଗାଁରୁ ପାର୍ବତି ପୁରମକୁ ଯୋଗାଯୋଗ କରୁଥିବା ରାସ୍ତାଦେଇ ଆସୁଥିବା ଏକ ଧଳା ରଙ୍ଗର ବଲେର ସେଠାରେ ଅଟକ ରଖିବା ପରେ ବଲେର ଗାଡିରୁ ଅଜଣା ୫ ଜଣ ବ୍ୟକ୍ତି ବୋଲେର ଗାଡିରୁ ଓହ୍ଲାଇ ଓଡ଼ିଆ ଭାଷାରେ କଥାବାର୍ତ୍ତା କରି ୪ ଜଣ ଆନ୍ଦ୍ରର ଛେଳି ବେପାରୀଙ୍କ ପାଖକୁ ଯାଇ ଆମେ ପୁଲିସ ବୋଲି କହି ୪ ଜଣ ବ୍ୟକ୍ତିଙ୍କ ପକେଟ ଜାଞ୍ଚ କରିଥିଲେ I ଜାଞ୍ଚ ପରେ କିଛି ନ ପାଇବାରୁ ମୋବାଇଲ ଓ ଆଧାର କାର୍ଡ ମାଗିଥିଲେ I ଲୁଟେରା ମାନେ ଆଧାର କାର୍ଡ ମାଗି ନିଜ ମୋବାଇଲରେ ଫୋଟ ଉଠାଇବା ସହ ସମସ୍ତିଙ୍କ ମୋବାଇଲ ନେଇ ବନ୍ଧୁଗାଁ ପୁଲିସ ଥାନାକୁ ଆସି ମୋବାଇଲ ନେଇକି ଯିବ କହି ସେଠାରୁ ୫ ଜଣ ଲୁଟେରା ମାନେ ବଲେର ଗାଡ଼ିରେ ବସି ପାର୍ବତି ପୁରମ ରାସ୍ତା ଦେଇ ଯାଇଥିବାର ବିଷୟ କହିଥିଲେ I କିଛି ସମୟ ପରେ ୪ ଜଣ ବେପାରି ସାନ ସୋରପଲି ଗାଁ ପହଁଞ୍ଚି କିଛି ବ୍ୟକ୍ତିଙ୍କ ମୋବାଇଲ ମାଗି ନିଜ ନମ୍ବରରେ ଫୋନ କରିଥିଲେ କିନ୍ତୁ ଫୋନ ବନ୍ଦ ଥିବାର କହିଥିଲେ I ପରେ ଚାରି ଜଣ ବ୍ୟକ୍ତି କିଛି ଉପାୟ ନ ପାଇ ବନ୍ଧୁଗାଁ ଥାନାରେ ପହଁଞ୍ଚି ୪ ଜଣ ଛେଳି ବେପାରି ଲିଖିତ ଭାବରେ ଅଭିଯୋଗ କରିଥିବାରୁ ଥାନା ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାର ବିଶେଷ ସୂତ୍ରରୁ ମିଳିଛି I
ସଂଜୀବ କୁମାର ବଙ୍ଗରି ଙ୍କ ରିପୋର୍ଟ୍

