ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

ବନ୍ଧୁଗାଁ ତା,୨୩/୧୨/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ପଞ୍ଚାୟତ ର କାତୁଲୁ ପେଟା ଗାଁ ନିକଟରେ ଆନ୍ଦ୍ରର ୪ ଜଣ ବ୍ୟକ୍ତିଙ୍କ ମୋବାଇଲ ଲୁଟ କରି କିଛି ଦୃବୁତ୍ତ ମାନେ ନେଇଥିବାର ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି I ଏହି ୪ ଜଣ ବେପାରି ହେଲେ ଆନ୍ଦ୍ର ପ୍ରଦେଶର ପାର୍ବତି ପୁରମ ମାନ୍ୟମ ଜିଲ୍ଲାର କମରଡା ଥାନା ଅଧିନସ୍ତ ଲାବେସୁ ଗାଁର କେ. ଶଙ୍କର ରାଓ, ଓ ଗୁମା ଲାଚିମ ପୁରମ ଥାନା ଅଧିନସ୍ତରେ ଥିବା ମୁଲାବିନେଡି ଗାଁର ଏମ. ଗୋବିନ୍ଦ ରାଓ, ଗୁରୁଗୁ ବିଲି ଥାନା ଅଧିନସ୍ତ ରେ ଥିବା ଏସ. ବିରଭଦ୍ରା ରାଓ ଓ ଏଲ. ଶ୍ରୀନୁ ବଲି ଜାଣିବାକୁ ପାଇଛୁ I ଏହି ଚାରି ବ୍ୟକ୍ତିଙ୍କ ଠାରୁ ଉକ୍ତ ଲୋକଙ୍କର ମୋବାଇଲ ଲୁଟ ହୋଇଥିବା ବିଷୟକୁ ନେଇ ବନ୍ଧୁଗାଁ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି I ସୂଚନା ଅନୁଯାଇ ଆଜି ମଧ୍ୟାହ୍ନରେ ଆନ୍ଦ୍ରପ୍ରଦେଶର ପାର୍ବତିପୁରମ ଠାରୁ ଦୁଇଟି ବାଇକ ଯୋଗେ ୪ ଜଣ ଛେଳି ବେପାରି ମାନେ ନିତି ଆସି ଛେଳି କିଣି ଯିବାପରି ଆଜି ମଧ୍ୟ ଛେଳି କିଣିବା ପାଇଁ ବନ୍ଧୁଗାଁ ଅଞ୍ଚଳକୁ ଆସୁଥିଲେ I ବନ୍ଧୁଗାଁ ଥାନା ଅନ୍ତର୍ଗତ କାତୁଲୁ ପେଟା ଗାଁ ନିକଟସ୍ତ କାବେରି ବାଡ଼ି ପଞ୍ଚାୟତକୁ ଯାଉଥିବା ବାଇପାସ ରାସ୍ତା ପାଖ ଏକ ଲିମନ ଘାସ ଟେଙ୍କ ପାଖ ରାସ୍ତା କଡ଼ରେ ଦୁଇ ଗାଡି ରଖି ଚାରି ବ୍ୟକ୍ତି ପରିସ୍ରା କରୁଥିଲେ I ଠିକ ସମୟରେ ବନ୍ଧୁଗାଁରୁ ପାର୍ବତି ପୁରମକୁ ଯୋଗାଯୋଗ କରୁଥିବା ରାସ୍ତାଦେଇ ଆସୁଥିବା ଏକ ଧଳା ରଙ୍ଗର ବଲେର ସେଠାରେ ଅଟକ ରଖିବା ପରେ ବଲେର ଗାଡିରୁ ଅଜଣା ୫ ଜଣ ବ୍ୟକ୍ତି ବୋଲେର ଗାଡିରୁ ଓହ୍ଲାଇ ଓଡ଼ିଆ ଭାଷାରେ କଥାବାର୍ତ୍ତା କରି ୪ ଜଣ ଆନ୍ଦ୍ରର ଛେଳି ବେପାରୀଙ୍କ ପାଖକୁ ଯାଇ ଆମେ ପୁଲିସ ବୋଲି କହି ୪ ଜଣ ବ୍ୟକ୍ତିଙ୍କ ପକେଟ ଜାଞ୍ଚ କରିଥିଲେ I ଜାଞ୍ଚ ପରେ କିଛି ନ ପାଇବାରୁ ମୋବାଇଲ ଓ ଆଧାର କାର୍ଡ ମାଗିଥିଲେ I ଲୁଟେରା ମାନେ ଆଧାର କାର୍ଡ ମାଗି ନିଜ ମୋବାଇଲରେ ଫୋଟ ଉଠାଇବା ସହ ସମସ୍ତିଙ୍କ ମୋବାଇଲ ନେଇ ବନ୍ଧୁଗାଁ ପୁଲିସ ଥାନାକୁ ଆସି ମୋବାଇଲ ନେଇକି ଯିବ କହି ସେଠାରୁ ୫ ଜଣ ଲୁଟେରା ମାନେ ବଲେର ଗାଡ଼ିରେ ବସି ପାର୍ବତି ପୁରମ ରାସ୍ତା ଦେଇ ଯାଇଥିବାର ବିଷୟ କହିଥିଲେ I କିଛି ସମୟ ପରେ ୪ ଜଣ ବେପାରି ସାନ ସୋରପଲି ଗାଁ ପହଁଞ୍ଚି କିଛି ବ୍ୟକ୍ତିଙ୍କ ମୋବାଇଲ ମାଗି ନିଜ ନମ୍ବରରେ ଫୋନ କରିଥିଲେ କିନ୍ତୁ ଫୋନ ବନ୍ଦ ଥିବାର କହିଥିଲେ I ପରେ ଚାରି ଜଣ ବ୍ୟକ୍ତି କିଛି ଉପାୟ ନ ପାଇ ବନ୍ଧୁଗାଁ ଥାନାରେ ପହଁଞ୍ଚି ୪ ଜଣ ଛେଳି ବେପାରି ଲିଖିତ ଭାବରେ ଅଭିଯୋଗ କରିଥିବାରୁ ଥାନା ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାର ବିଶେଷ ସୂତ୍ରରୁ ମିଳିଛି I 

ସଂଜୀବ କୁମାର ବଙ୍ଗରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୋର୍ଟ ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

Sunil Chandra Nayak

ରାଇରଙ୍ଗପୁର ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

masiha

ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!

Sunil Chandra Nayak

Leave a Comment

error: Content is protected !!