ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

ନାରାୟଣପାଟଣା,୨୩/୧୨/୨୪,- ନାରାୟଣପାଟଣା ବ୍ଲକ ସଭା ଗୃହରେ କୋରାପୁଟ ଜିଲ୍ଲାପାଳ ଭି କିର୍ତି ୱାସନ ଆଜି ଅଭିଯୋଗ ଶୁଣାଣି କରିଛନ୍ତି। ଜିଲ୍ଲା ର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ,ଉପଜିଲ୍ଲାପାଳ ବେଣୁଧର ଶବର,ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ, ଜିଲ୍ଲା ଚିକିତ୍ସାଅଧିକାରୀ ଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ ହୋଇଥିଲା। ଉପାଧକ୍ଷା ଶ୍ରୀମତି ରିନୁ ଦାସ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ରାସ୍ତା ପାନୀୟ ଜଳର ସୁବ୍ୟବସ୍ଥା,ଷ୍ଟ୍ରିଟ୍ ଲାଇଟ୍ ,ଚେକ୍ ଡ଼୍ୟାମ , ମଣ୍ଡି ରେ ଧାନ ବିକ୍ରି ପାଇଁ ଚାଷୀ ଙ୍କ ପାଇଁ ବ୍ୟବସ୍ଥା ପରି ଅଭିଯୋଗ ଆସିଥିଲା । ଜଗନ୍ନାଥ ମନ୍ଦିର କାମ ଆଗେଇବା ରେ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଙ୍କୁ ହସ୍ତକ୍ଷେପ କୁ ଦାବୀ କରିବାସହ କିପରି ମନ୍ଦିର ତୁରନ୍ତ ନିର୍ମାଣ ଆରମ୍ବ ହେବ ସେ ନେଇ ଅନୁରୋଧ କରିଥିଲେ । ଯଥା ଶୀଘ୍ର ଯଦି ମନ୍ଦିର କାମ ନହୁଏ ତାହେଲେ ୪ କୋଟି ଟଙ୍କା ଫେରିଯିବ ବୋଲି ଜିଲ୍ଲାପାଳ କହିଥିଲେ । ମନ୍ଦିର ନିର୍ମାଣ ନେଇ ବିଭାଗୀୟ ଅଧିକାରୀ ଓ କମିଟି ମଧ୍ୟରେ ସମନ୍ବୟର ଅଭାବକୁ ନେଇ ଅଭିଯୋଗ ହୋଇଥିଲା । ସୂଚନା ଯୋଗ୍ୟ ଯେ ପ୍ରାୟ ୫୦୦ ବର୍ଷର ଇତିହାସ ଥିବା ଏହି ଜଗନ୍ନାଥ ମନ୍ଦିରର ରହିଛି । ଏହାର ଉନ୍ନତି ସକାଶେ ପୁର୍ବତନ ସରକାର ୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ବର୍ତ୍ତମାନ ସୁଧା କାମ ଆରମ୍ବ ହୋଇନଥିବା ଯୋଗୁଁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ । ଏକ ନୁତନ ପରିଚାଳନା କମିଟି ଗଠନ ପାଇଁ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ।ତୁରନ୍ତ ପରିଚାଳନା କମିଟି ଗଠନ କରି ଗ୍ରାମର ବିଭିନ୍ନ ବର୍ଗର ଲୋକଙ୍କଠୁ ପରାମର୍ଶ ନେଇ ମନ୍ଦିର କାମ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଧାନ ମଣ୍ଡିରେ ଅନେକ ଧାନ ଚାଷୀ ପଞ୍ଜିକରଣ ହୋଇପାରିନଥିବାଯୋଗୁଁ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବା ନେଇ ଆଦିବାସୀ ନେତା ନାଚିକା ଲିଙ୍ଗା ଅଭିଯୋଗ କରିଥିଲେ। ଏ ନେଇ ସମସ୍ତ ଧାନ ଚାଷୀ ଯେପରି ମଣ୍ଡିରେ ଧାନ ବିକ୍ରି କରିପାରିବାରୁ ବଞ୍ଜିତ ନହେବେ ସେଥିପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଦିବାସୀ କୁଇ କୁଲମ ର ସଭାପତି ହବିକା ରବି ଜଣେ ପ୍ରଧାନ ଶିକ୍ଷକ ଙ୍କ ଠିକା କାମ ରେ ସମୟ ଦେଇ ସ୍କୁଲ ନ ଯାଇ ଠିକା କାମ କରୁଥିବା ନେଇ ଅଭିଯୋଗ କରିଥିଲେ। ତୁରନ୍ତ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ତଦନ୍ତ ର‌ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀର ମିହିଳା ମାନଙ୍କୁ ୭ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ଶୁଣାଣୀରେ ତହସିଲଦାର ଦେବବ୍ରତ ମହାରଣା ,ବିଡିଓ ପିୟୁଷ ଲୁହାର ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । 

ସଂଜୀବ କୁମାର ବାଙ୍ଗରି 

Related posts

ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫

masiha

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

Leave a Comment

error: Content is protected !!