ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଓ କୁଟ୍ରାବେଡା ପଞ୍ଚାୟତ କାର୍ଯ୍ୟାଳୟରେ ପେସା ଦିବସ ଅବସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି 

ବନ୍ଧୁଗାଁ ଓ କୁଟ୍ରାବେଡା ପଞ୍ଚାୟତ କାର୍ଯ୍ୟାଳୟରେ ପେସା ଦିବସ ଅବସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି 

ବନ୍ଧୁଗାଁ ବ୍ଲକର ବନ୍ଧୁଗାଁ ଓ କୁଟ୍ରାବେଡା, ଗାରିଡି, ପେଦା ଅଲୋଡ଼ା, ଆଲୋମଣ୍ଡା,ବଡ଼ ସରପଲି ଓ ଅନ୍ୟାନ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ପେସା ଦିବସ ପାଳିତ ହୋଇ ଯାଇଛି । ପେସା ଦିବସ ଅବସରରେ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବନ୍ଧୁଗାଁ ପଞ୍ଚାୟତ ଠାରେ ସରପଞ୍ଚ ଲକ୍ଷ୍ମୀ କାଡ୍ରକା,ବ୍ଲକ ସଂପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ବାଇଁ, ପିଓ ବୃନ୍ଦାବନ କଲେକା,ଜି.ଆରଏସ ଲିଙ୍ଗରାଜ ସାହୁକାର, ଜଳ ଯୋଗାଣ ବିଭାଗ ଅଧିକାରୀ ସନ୍ତୋଷ ବେହେରା, ନାୟବ ସରପଞ୍ଚ ପାଣ୍ଡୁ କାଡ୍ରାକା, ପୂର୍ବତନ ସରପଞ୍ଚ ନାଗା କାଡ୍ରାକା, ପଞ୍ଚାୟତର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ଶିଶୁ ବିକାଶ ଅଧିକାରୀ ସୁପର ଭାଇଜର ସୁଜାତା ଜିଲିକାରା, ସ୍ୱାସ୍ଥ୍ୟ ବିଭାଗ ଏ. ଏନ.ଏମ ବିଷ୍ଣୁପ୍ରିୟା ନାୟକ,ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଓ ପଞ୍ଚାୟତର କିଛି ଭଦ୍ର ବ୍ୟକ୍ତି ଗଣ ଉପସ୍ଥିତ ରହିଥିବା ବେଳେ କୁଟ୍ରାବେଡା ପଞ୍ଚାୟତରେ ପିଓ ଶ୍ରୀ ରାମଚନ୍ଦ୍ର ମେଲେକା ଙ୍କ ସଭାପତିତ୍ବରେ ହୋଇଥିଲା I ଏହି କୁଟ୍ରାବେଡା ପଞ୍ଚାୟତ ର ସୋରପଞ୍ଚ ନୁକା ମେଲେକା, ପୂର୍ବତନ ସୋରପଞ୍ଚ ସୁବାସ ସାରକା ଓ ମାଲତି ମେଲେକା, ଓ ଯୋଗୀ ଖୋସଲା, ଲାଡୁ ହୁଲୁକା, ସମିତି ସଭ୍ୟ ସନ୍ତଷ ହାରେକା,ଏ.ଏନ. ଏମ. କବିତା କୁଲଦୀପ,ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ଗାଁ ସାଥି ମେଟ ସଙ୍ଘ ଦଳ ମଧ୍ୟ ଉପସ୍ଥିତ ରହିଥିଲେ I ଏଥିରେ ମୁଖ୍ୟତ ଜଙ୍ଗଲ ଜମି ଉପରେ ଜୀବିକା ଅର୍ଜନ କରୁଥିବା ଚାଷୀଙ୍କ ପାଇଁ କିପରି ଉପଯୋଗୀ ସହ ଜମିର ହକ ସହ ସରକାରଙ୍କ ଦ୍ୱାରା ଜମିର ପୋଟା ପାଇ ପାରିବେ, ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଲୋକଙ୍କ ପାଇଁ କିଛି ଉପଦେଶ ମଧ୍ୟ ଦେଇଥିଲେ ଏ. ଏନ. ଏମ. ଏଥି ସହ ଶିଶୁବିକାଶ ର ସୁପର ବାଇଜର ମଧ୍ୟ ଶିଶୁଙ୍କ ପାଇଁ କିପରି ଭାବରେ ବୁଦ୍ଧି ଦିଆଯାଇ ପାରିବ, ଓ ସରକାର ତାଙ୍କ ଦ୍ୱାରା କଣ କଣ ସୁବିଧା କରିଛନ୍ତି ଓ ଅଙ୍ଗନ ବାଡ଼ି କେନ୍ଦ୍ର ଦ୍ୱାରା କିପରି ଗର୍ଭ ବତି ମହିଳା ଓ ଶିଶୁଙ୍କୁ ଯତ୍ନ ନେବା ପାଇଁ ପୁଷ୍ଟି କର ଖାଦ୍ୟ ଯୋଗାଇବା ସହ ତାଙ୍କ ପ୍ରତି କିପରି ନିଜର ଯତ୍ନ ନେଇ ପାରିବେ ଟା ବିଷୟରେ କିଛି କହି ବୁଝାଇଥିଲେ I ଏହିପରି ଶିକ୍ଷା ବିଭାଗରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିପରି ବାର୍ଷିକ ଟାଇପେଣ୍ଟ ପାଠ ପଢା ପାଇଁ କେଉଁ କେଉଁ ଯୋଜନାର ସୁବିଧା ଅନୁଯାଇ ଭଲ ପାଠ ପଡିବାର ଲାଭ ଦାୟକ ହୋଇ ପାରିବେ ବଲି ଶ୍ରୀ ସ୍ୱାଇଁ ବୁଝେଇ ଥିଲେ I 

  ସଞ୍ଜୀବ କୁମାର ବାଙ୍ଗାରୀ, ରିପୋର୍ଟର 

Related posts

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ 

masiha

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

Leave a Comment

error: Content is protected !!