ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

କଟକ : ଓଡ଼ିଶାର ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ,ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇ ଯାଇଛି । ଏହା ୫୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,କବି ଓ କବୟିତ୍ରୀମାନେ ବୃକ୍ଷରୋପଣ କରିଥିଲେ । କବୟିତ୍ରୀ ମନୋରମା ମିଶ୍ର ଜଗନ୍ନାଥ ଅଷ୍ଟକମ ଗାନ କରିଥିଲେ । କବି/କବୟିତ୍ରୀ ଓ ଲେଖକ/ଲେଖିକାମାନେ ” ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ କବିତା, ଗଳ୍ପ, ରମ୍ୟରଚନା , ପ୍ରବନ୍ଧ ପଠନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଜଳବାୟୁ ପରିବର୍ତ୍ତନ ସାହିତ୍ୟ ବିଷୟରେ ପ୍ରଥମ ଶ୍ରେଣୀରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ପଠନ ହେବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ଏବଂ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ଉଦ୍ ଘାଟକ – ପ୍ରଫେସର ଡ଼କ୍ଟର କୁମରବର ଦାସ ( ପ୍ରାକ୍ତନ କୁଳପତି ) ବିଶ୍ଵ ବାସୀଙ୍କ ମାନସିକତା ବଦଳିଲେ ଜଳବାୟୁ ନିୟନ୍ତ୍ରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । 

ମୁଖ୍ୟ ଅତିଥି ନ୍ୟାୟାଧିଶ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ସରଳ ଜୀବନ ଯାପନ ଜୀବଜଗତକୁ ସନ୍ତୁଳିତ କରିବ ବୋଲି ସୂଚନା ପ୍ରଦାନ କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନିଧି କୁମାର ରାଉତରାୟ , ଜଳବାୟୁ ପରିବର୍ତ୍ତନ ଅର୍ଥନୀତିର ଦୃତ ଅବକ୍ଷୟ କରୁଛି ବୋଲି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ ।

ସମ୍ମାନିତ ଅତିଥିବୃନ୍ଦ ଭାବେ ଶ୍ରୀଯୁକ୍ତ ନାରାୟଣ ନାୟକ , ପ୍ରାକ୍ତନ ଓ. ଏ.ଏସ,ଶ୍ରୀଯୁକ୍ତ ବିଜୟ ଦାସ,,ପଣ୍ଡିତ ନୀଳକଣ୍ଠ ରାଉତ,ଡଃ. ଦିପାୟନ ପଟ୍ଟନାୟକ, ପରିବେଶବିତ୍,ଶ୍ରୀମତୀ ପ୍ରିୟମ୍ବଦା ନାୟକ, ନିର୍ଦ୍ଦେଶକପ୍ରଫେସର ଡ଼କ୍ଟର ସର୍ବ ନାରାୟଣ ମିଶ୍ର,( ଓ ୟୁ ଏ ଟି)ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଏବଂ ସାହିତ୍ୟ ପ୍ରତିବିମ୍ବ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । କେଶବ ଧାମ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନେ ଓଡ଼ିଶୀ ନୃତ୍ୟ ଏବଂ ଦେଶତ୍ମକବୋଧ ସଙ୍ଗୀତ ଗାନ କରିଥିଲେ । ଓଡ଼ିଶାର ଦଶ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ପଚାଶରୁ ଉର୍ଦ୍ଧ କବି ଓ କବୟିତ୍ରୀଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ଶହେ ପଚାଶ ଜଣ ଛାତ୍ରଛାତ୍ରୀ ପ୍ରତିଭାଙ୍କୁ ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଥିଲା । ହେମନ୍ତ କୁମାର ଜେନା ସଭା ପରିଚାଳନା କରିଥିଲେ । ଶ୍ରୀମତୀ ବନଲତା ମହାପାତ୍ର ଜଳବାୟୁକୁ ନେଇ ସୁନ୍ଦର ନାଟକରେ ଏକକ ଅଭିନୟ କରିଥିଲେ ।ବିଜୟ କୁମାର ସାହୁ ଏବଂ ଗୋଲାପ ସାହୁ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ପଚାଶରୁ ଉର୍ଦ୍ଧ କବି ଜଳବାୟୁ ପରିବର୍ତ୍ତନକୁ ନେଇ କବିତା ପାଠ କରିଥିଲେ । ଅତିଥିମାନେ ଲେଖକ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଶିଶୁ ଗଳ୍ପ ପୁସ୍ତକ ” ବିଲୁଆ ବିଚାର ” ର ଶୁଭ ଲୋକାର୍ପଣ କରିଥିଲେ । କବି ଅରୁଣ ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲାଞ୍ଜିଗଡରୋଡ଼ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ 

masiha

ଜାତୀୟ ଯୁବ ମହୋତ୍ସବରେ ପାଇଥିବା ଭାରତ ପତାକା ସ୍ମୃତି ଫଳକ ମୋ ଜୀବନ ମାନଦଣ୍ଡର ଏକ ଶ୍ରେଷ୍ଠ ଉପଲବ୍ଧି : ଯୁବ ସମାଜସେବୀ ଆଶୀର୍ବାଦ

Sunil Chandra Nayak

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

masiha

Leave a Comment

error: Content is protected !!