ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ବୃଦ୍ଧ ମୃତ 

ପାଣିରେ ବୁଡି ବୃଦ୍ଧ ମୃତ 

ଡାବୁଗାଁ, ୨୭/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର କୋଇଲାରୀ ପଞ୍ଚାୟତ ଅଧୀନ ବଡକୋଇଲାରୀ ଗ୍ରାମରେ ପାଣିରେ ବୁଡି ଜଣେ ବୃଦ୍ଧ ଙ୍କ ଗୁରୁବାର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର କୋଇଲାରୀ ପଞ୍ଚାୟତ ଅଧୀନ ବଡକୋଇଲାରୀ ଗ୍ରାମର ଦୁପୁତ ଭତ୍ରା (୬୬) ଆଜି ଭୋରରୁ ଉଠି ଶୌଚ ପାଇଁ ଗ୍ରାମ ପାଖ ପୋଖରୀ କୁ ଯାଇଥିଲେ | ଶୌଚ ସମୟରେ ତାଙ୍କ ଗୋଡ ଖସି ଯାଇ ପାଣିରେ ବୁଡୁ ଯାଇଥିଲେ | ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା | ସକାଳୁ ଗ୍ରାମର ଲୋକେ ପୋଖରୀକୁ ଗାଧୋଇବାକୁ ଯାଇ ଦେଖିଥିଲେ ଯେ ଦୁପୁତ ମାରି ପାଣିରେ ଭାସୁଛି | ପରେ ଗ୍ରାମବାସି ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ ଆସି ଦେଖିଥିଲେ | ପରେ ମୃତକଙ୍କ ପୁଅ ରାଜାରାମ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଘ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ପାଣିରୁ ଉଦ୍ଧାର କରଯାଇଥିଲା | ପରେ ପଞ୍ଚନାମା କରାଯାଇ ବେବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଥିଲା | ଏନେଇ ଥାନା କେସ ନଂ ୨୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ପାନୀୟ ଜଳର ବ୍ୟବସ୍ତା

Sunil Chandra Nayak

Eminent Social Worker Er.Gopal Krushna Das.

masiha

Leave a Comment

error: Content is protected !!