ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମାରାଙ୍ଗ ବୁରୁ ବଞ୍ଚାଓ ନେଇ ରାଇରଙ୍ଗପୁରରେ ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ

ଆଦିବାସୀ ମାରାଙ୍ଗ ବୁରୁ ବଞ୍ଚାଓ ନେଇ ରାଇରଙ୍ଗପୁରରେ ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ

ରାଇରଙ୍ଗପୁର, ୧୩/୦୯: ସର୍ବଭାରତୀୟ “ଆଦିବାସୀ ମାରାଙ୍ଗ-ବୁରୁ ବଞ୍ଚାଓ ସଂଘର୍ଷ ମୋର୍ଚ୍ଚା”ର ଓଡ଼ିଶା ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ 13-ସେପ୍ଟେମ୍ବର ଅବସରରେ “ଆଦିବାସୀ ଅଧିକାର ଦିବସ” ଅବସରରେ ରାଇରଙ୍ଗପୁରରେ ଅନୁଷ୍ଠିତ ହୋଇଛି। ସକାଳ ୧୧-ଟାରୁ ସନ୍ଧ୍ୟା ୬-ଟା ପର୍ଯ୍ୟନ୍ତ ଆୟୋଜିତ ଏହି “ବିଚାର-ମନ୍ଥନ” ବୈଠକରେ “ମାରାଙ୍ଗ-ବୁରୁ”ଙ୍କ ସୁରକ୍ଷା ଓ ଆଦିବାସୀ ସମାଜର ଧାର୍ମିକ-ସାଂସ୍କୃତିକ ଅଧିକାର ନେଇ ଆଲୋଚନା ହୋଇଥିଲା।

ବୈଠକରେ ମୋର୍ଚ୍ଚାର ସର୍ବଭାରତୀୟ ସଭାପତି ଶ୍ରୀ ଫାଗୁ ବେଶ୍ରା, ମହାସଚିବ ଶ୍ରୀ ହୀରାଲାଲ ମାଝୀ, କୋଷାଧ୍ୟକ୍ଷ ଶ୍ରୀ ସୋମୟ ଟୁଡୁ, ଲୁଗୁ ବୁରୁ ଗୋଡ଼େତ ସୁରେନ୍ଦ୍ର ଟୁଡୁ, ମାଝୀ ବାବା ବିନ୍ଦେ ସୋରେନ, ଦୁର୍ଗାଚରଣ ମୁର୍ମୁ, ଜଗଦିଶ ବାସ୍କେ, ବଡ଼ନାରଣ ମାଝୀ, ଲକ୍ଷ୍ମଣ ମାଝୀ, ଝାରଖଣ୍ଡ ରାଜ୍ୟ ଜନଜାତି ପରାମର୍ଶ କମିଟି ସଦସ୍ୟ ଶ୍ରୀ ଯୋସାଇ ମାର୍ଣ୍ଡି, ତହସିଲଦାର ହାଁସଦା, ଆଲୋକ କୁମାର ବାସ୍କେ, ଚନ୍ଦ୍ରମୋହନ ମୁର୍ମୁ, ନାରାୟଣ ମୁର୍ମୁ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଓ ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦାଙ୍କ ସମେତ ବିଭିନ୍ନ ଜିଲ୍ଲାର ବହୁ ସାମାଜିକ କର୍ମୀ, ଯୁବ ସମାଜସେବୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

ବୈଠକରେ ଆଦିବାସୀ ସମାଜର ଇଷ୍ଟଦେବତା “ମାରାଙ୍ଗ ବୁରୁ” (ବଡ଼ ପାହାଡ଼ ଦେବତା)ଙ୍କ ସୁରକ୍ଷା ପାଇଁ ଆଗାମୀ ନଭେମ୍ବର ୪ ଓ ୫ ତାରିଖରେ ଦୁଇଦିନିଆ ସମ୍ମେଳନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଏହି ସମ୍ମେଳନରେ ଆଦିବାସୀ ସମାଜର ବୁଦ୍ଧିଜୀବୀ, ଦିଶୋମ ମାଝୀ-ବାବା, ସାରନା ଧର୍ମର ଅନୁୟାୟୀ ଓ ବିଭିନ୍ନ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇ ମାରାଙ୍ଗ ବୁରୁ ବଞ୍ଚାଓ ଆନ୍ଦୋଳନର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ଉପରେ ବିଚାର-ମନ୍ଥନ କରିବେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

Sunil Chandra Nayak

ଆସନ୍ତା ୨୭ରେ ବିଶ୍ବ ପ୍ରସିଦ୍ଧ ଶୃଙ୍ଖଳିତ ରଥ ଯାତ୍ରା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୁର୍ଣ ବୈଠକ

masiha

ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!