ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ବାଲିଗୁଡ଼ା, ତା, ୧୪/୦୯:(ମନିସ): ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପ ଗୁଡ଼ିକ ମୁଖରିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଲୋକମାଳାର ଝଲକରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ବାଲିଗୁଡ଼ା ଟାଉନର ବନବାସୀ ସେବା ସମିତି, ପାଟଖଣ୍ଡା ପବ୍ଲିକ ସ୍କୁଲ, ଆରଜେ ଟ୍ୟୁଟୋରିଆଲ୍ସ, ଫ୍ରେଣ୍ଡସ୍ ଗ୍ରୁପ୍ ସମେତ ସରକାରୀ ଆଶ୍ରମ ବିଦ୍ୟାଳୟ, ମାଦିନାଟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦ୍ରିଗାଁ ପରିସରରେ ଗଣେଷ ପୂଜାକୁ ନେଇ ବିଶେଷ ଆୟୋଜନ କରାଯାଇଥିଲା। ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ଚିତ୍ତାକର୍ଷକ ସାଜସଜ୍ଜା, ସୁନ୍ଦର ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥିଲା। ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପୂଜାକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଙ୍କ ପ୍ରତିଭା ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତି ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ସମଗ୍ର ବାଲିଗୁଡ଼ା ଗଣେଷମୟ ହୋଇପଡ଼ିଥିଲା।

ବିଘ୍ନବିନାଶକ ପ୍ରଭୁ ଗଣେଷ ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ—ଏହି ପ୍ରାର୍ଥନା ସହ ଭକ୍ତିଭାବରେ ପାଳିତ ହୋଇଥିଲା ଗଣେଶ ପୂଜା।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ଜିଲା ସ୍ତରୀୟ ବୈଠକ 

masiha

ରଥ ଯାତ୍ରା ପାଇଁ ଆଜି ପୁରୀ କୁ ଗଡ଼ିଲା ରଥଯାତ୍ରା ସ୍ପେଶାଲ ଟ୍ରେନ, ପତାକା ଦେଖାଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ

masiha

ସିକେରକୂପା ବନବିଭାଗ ରେ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!