ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର-(ମ ନି ସ ) ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ୍ ଶ୍ରେଣୀ ଗୃହରେ ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ଶ୍ରୀ ସହଦେବ ପଟ୍ଟନାୟଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରଥମ ପର୍ଯ୍ୟାୟରେ ବିଦାୟୀ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିମାନଙ୍କ ଦ୍ବାରା ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଶ୍ଵାଳ ଭାବ ବିହ୍ୱଳ ହୋଇ ସହଦେବ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନର ଅଭୁଲା ଅନୁଭୂତିକୁ ଉପସ୍ଥାପନ କରି ସେବା ନିବୃତ କାଳୀନ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ।ଦୀର୍ଘ ୩୭ ବର୍ଷରୁ ଅଧିକ ସମୟ ଧରି ମହାବିଦ୍ୟାଳୟରେ ନିରବଚ୍ଛିନ୍ନ ଓ ନିଷ୍ଠାପର ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ମହାବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସଂପର୍କରେ ରସାୟନ ବିଜ୍ଞାନ ମୁଖ୍ୟ ଡି. ଗୋବିନ୍ଦ ରାଓ, ଅର୍ଥନୀତି ବିଜ୍ଞାନ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ହୋତା, ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଜୀବ ବିଜ୍ଞାନ ମୁଖ୍ୟ ଶ୍ରୀମତୀ ଭାନୁମତୀ ସାହୁକାର ,ପଦାର୍ଥ ବିଜ୍ଞାନ ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ରଥ,ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ପ୍ରମୁଖ କାର୍ଯ୍ୟରତ ଅମ୍ଳାନ ସ୍ମୃତିର ମହାନୁଭବକୁ ଆଲୋକପାତ କରିବା ସହିତ ଅବସର କାଳୀନ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ଼. ବିଶ୍ଵାଳ ବିଦାୟୀ କର୍ମଚାରୀ ଶ୍ରୀ ସହଦେବ ପଟ୍ଟନାୟକଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ପକ୍ଷରୁ ଉପହାର ପ୍ରଦାନ କରିବା ସହତ ଉପଢୌକନ ଦ୍ଵାରା ସମ୍ମାନିତ କରି ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବିଦାୟୀ ସଭାକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ସମୂର୍ଣ୍ଣ ପରିଚାଳନା କରିବା ସହ ଶ୍ରୀ ପଟ୍ଟନାୟକ ଙ୍କର କର୍ମମୟ ଜୀବନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ – ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଅବସର କାଳୀନ ଶୁଭେଚ୍ଛା ଜଣାଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

‘ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ ,  କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort