ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନାବେଡା ଦଣ୍ଡସେନା କଲାର ସମାଜ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ

ଚନ୍ଦାହାଣ୍ଡି(ମ ନି ସ ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ପଲସାପଡା ଠାରେ ପାନାବେଡା ଦଣ୍ଡସେନା(ସିହ୍ନା) କଳାର ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୀ ସମ୍ମିଳନୀରେ ସିହ୍ନା ସମାଜର ସଭାପତି ରାଜୁ ଦଣ୍ଡସେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ,ସ୍ବତନ୍ତ୍ର ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢୀ, ସମ୍ମାନିତ ଅତିଥି ତିଆରାମ ଦଣ୍ଡସେନା, ତୁଳସିରାମ ଦଣ୍ଡସେନା,ରୋହିତ ଦଣ୍ଡସେନା,ହିରାଲାଲ ଦଣ୍ଡସେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗନ୍ନାଥ ସିହ୍ନା,ଧୋଡିପାଣି ସରପଞ୍ଚ ଦୁଲ୍ଲଭ ପୁଜାରୀ ,ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ଯୋଗ ଦେଇଥିଲେ । ଉଭୟ ସାଂସଦ ଓ ବିଧାୟକ କଲାର ସମାଜ ଭବନ ର ପାଚେରୀ ନିର୍ମାଣ ନିମନ୍ତେ ହାତ ପାଣ୍ଠି ଯୋଗାଇଦେବେ ବୋଲି କହିଥିଲେ।

 ସିହ୍ନା ସମାଜ ର ସଂପାଦକ ଭୋଜରାମ ସିହ୍ନା ମଞ୍ଚପରିଚାଳନା କରିଥିବା ବେଳେ ବୈଠକରେ ସିହ୍ନା ସମାଜ ର କୋଷାଧକ୍ଷ ପୁରନସିଂ ସିହ୍ନା ମୁଖ୍ୟପରାମର୍ଶଦାତା ନରେଶ ସିହ୍ନା , ଚୈତୁ ଦଣ୍ଡସେନା, ରାଜେଶ ଦଣ୍ଡସେନା, ତରୁଣ ଦଣ୍ଡସେନା,କେଶବ ଦଣ୍ଡସେନା,ବଡ ଦଣ୍ଡସେନା, ରାମ,ଶତାଧିକ ସମାଜ ପ୍ରେମୀ ଉପସ୍ଥିତ ହୋଇଥିଲେ।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସମାଜ ସେବୀ ଙ୍କ ପରଲୋକ

masiha

ମା ମାଣିକେଶ୍ବରୀଙ୍କ ପୀଠ ଥୁ.ରାମପୁର ଠାରୁ ଆରମ୍ଭ ହେଲା “ପ୍ରତିଭା”ର ବ୍ଲକ ସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!