ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଵିଜାତଳା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

 ମୟୂରଭଞ୍ଜ ୧୬/୨/୨୪ (ମସିହା)  କେନ୍ଦ୍ର ସରକାରଙ୍କ ପକ୍ଷରୁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ବନ୍ଦ କରାଯାଇଥିବା ପ୍ରତିବାଦରେ ଆଜି ଵିଜାତଳା ବ୍ଳକ ସମ୍ମୁଖରେ ଵିଜାତଳା ବ୍ଳକ ବିଜେଡି ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ପ୍ରତିବାଦ ସଭା ବ୍ଳକ ବିଜେଡି ସଭାପତି ମାଝିଆରାମ ଟୁଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ବିଜେପି ସରକାର ଗରିବଙ୍କ ଭାତହାଣ୍ଡିରୁ ଚାଉଳ ଛଡ଼ାଇ ନେଇଛନ୍ତି ।ଖାଦ୍ୟ ସୁରକ୍ଷା ଏକ ଜନକଲ୍ଯାଣ ରାଷ୍ଟ୍ରର ଏକ ପ୍ରଧାନ କର୍ତ୍ତବ୍ୟ । କାହାରିକୁ ଭୋକ ଉପାସରେ ମରିବାକୁ ଦିଆଯିବ ନାହିଁ ।ହେଲେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଯୋଜନାରେ ୧୦ କେଜିରୁ ୫ କେଜି ଚାଉଳ କାଟି ଦେଇଛନ୍ତି ।ଯାହାଫଳରେ ଗରୀବ ଲୋକେ ଭୁକମାରୀରେ ସମ୍ମୁଖୀନ ହେବାକୁ ଯାଉଛନ୍ତି ।ଗରୀବ ଲୋକଙ୍କର ଆଛାଦିନ ଵୁରାଦିନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ବିଜେଡି ଦଳର ନିଷ୍ପତ୍ତି କ୍ରମେ ରାଜ୍ୟର ସବୁ ବ୍ଳକ ଓ ପୌରାଞ୍ଚଳ ଭଳି ଜାମଦା ବ୍ଳକ ସମ୍ମୁଖରେ ବ୍ଳକ ବିଜେଡି ତରଫରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ କେନ୍ଦ୍ର ସରକାରଙ୍କ ଗରୀଵମାରଣନୀତି ବିରୋଧରେ ଗର୍ଜନ କରିଛନ୍ତି ।ଏହି ପ୍ରତିବାଦ ସଭାରେ ଯୁବ ସଭାପତି ଅତୁଲ ବେହେରା,ଇଶ୍ଵର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ରଶ୍ମି ରେଖା ମହାନ୍ତି, ଦୁଲାରାମ ମାରାଣ୍ଡି,ସୁପାଇ ଟୁଡୁ, ପାର୍ବତୀ ଟୁଡୁ, ବିଶ୍ବରଂଜନ ପ୍ରହରାଜ, ମନୋରଞ୍ଜନ ହାଁସଦା,,ବହୁ ବିଜେଡି ସମର୍ଥିତ ଜନ ପ୍ରତିନିଧି,ଯୁବ,ମହିଳା ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ସମସ୍ତ ପଞ୍ଚାୟତର ଗରୀବ ହିତାଧିକାରୀମାନେ ସ୍ଥାନୀୟ ନେତୃତ୍ବରେ ସମ୍ମିଳିତ ହୋଇ ନିଜ ପେଟର କ୍ଷୋଭ କଥା କହିଥିଲେ ।ଏଥି ସହିତ ମିଳିତ ଦସ୍ତଖତରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଯୋଗରଂଜନ ନାୟକଙ୍କୁ ଙ୍କୁ ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୫ ଟି ସଚିବ ଙ୍କ ଗସ୍ତ ପୂର୍ବରୁ ପିସିସି ସମ୍ପାଦକ ଗିରଫ,ବୁଦ୍ଧିଜୀବୀ ମହଲରେ ନିନ୍ଦା

Sunil Chandra Nayak

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

Sunil Chandra Nayak

Leave a Comment

error: Content is protected !!